୭୨ ତମ ଏନସିସି ଦିବସ ପାଳନ

0
142

ପାରଳାଖେମୁଣ୍ଡି, ୨୫/୧୧– ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଥିଲା ୭୨ ତମ ଏନସିସି ଦିବସ। ଏହି ଏନସିସି ଦିବସ ଅବସରରେ ପ୍ୟାରେଡ ରେ ଭାଗ ନେଇଥିଲେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିସି ମହିଳା ମହାବିଦ୍ୟାଳୟର ଏନସିପି, ନେଭେଲ୍, ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ଏନସିସି ଦଳ। ଏନସିପି ଅଫିସର ଦାୟିତ୍ବରେ ଥିବା ଡଃ. ବ୍ରଜମୋହନ ବେହେରା ପତକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଅନୁମତିରେ ପେରେଡ୍ କରିଥିଲେ ଏନସିସି ଓ ନେଭେଲ୍ ର ୪ ଗୋଟି ଟିମ୍। ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ଏନସିସି ଅଫିସର ଜଗନ୍ନାଥ ପଟ୍ଟନାୟକ ଓ ନେଭେଲ୍ ଅଫିସର ହରିହର ଦାସ ଉପସ୍ଥିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here