ଗଜପତି ଉତ୍ସବ ଜାନୁଆରୀ ୧୦ରେ, ଦ୍ବନ୍ଦ୍ବର ଅନ୍ତ

0
185

ପାରଳାଖେମୁଣ୍ଡି ,୨୭/୧୧(ପ୍ରଭାତ ପାତ୍ର) — ଗଜପତି ଉତ୍ସବ ଆୟୋଜନକୁ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବର ଗତ କାଲି ଅବସାନ ଘଟିଛି। ଗତ କାଲି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଦ୍ୱିତୀୟ ପ୍ରସ୍ତୁତ ବୈଠକରେ ଗଜପତି ଉତ୍ସବ ଆୟୋଜନ ହେବା ନେଇ ତାରିଖ ଘୋଷଣା ହୋଇଛି।
ଗଜପତି ଉତ୍ସବ -୨୦୧୯ ପୂର୍ବରୁ ନିର୍ଧାରିତ ହୋଇଥିବା ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପ୍ରଥମ ବୈଠକରେ ଡିସେମ୍ବର ମାସ ୧୮ ରୁ ଗଜପତି ଉତ୍ସବ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଡିସେମ୍ବର ୨୧ ତାରିଖ ଦିନ ଜିଲ୍ଲାକୁ ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା କର୍ମିଶନଙ୍କ ଗ୍ରସ୍ତ ରହିଥିବାରୁ ୨୦୨୦ ଜାନୁଆରୀ ୧୦ ତାରିଖରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଆରମ୍ଭ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ପୂର୍ବରୁ ଜାନୁଆରୀ ୯ ତାରିଖ ମଧ୍ୟରେ ସମସ୍ତ ବ୍ଲକ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏଥିପାଇଁ ଆସିବାକୁ ଥିବା ମହେନ୍ଧ ଜ୍ୟୋତି ଡିସେମ୍ବର ୩୦ ତାରିଖ ଦିନ ଆସିବ। ପାରଳାଖେମୁଣ୍ଡି ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରା ଜ୍ୟୋତିକୁ ସ୍ୱାଗତ କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖାଯିବ ଏବଂ ଉତ୍ସବ ଦିନ ଏହାକୁ ଏକ ବିରାଟ ପଟୁଆରରେ ଉତ୍ସବ ସ୍ଥଳକୁ ନିଆଯିବ। ଏହା ପରେ ଉତ୍ସବ ଆରମ୍ଭ ହେବ। ତେବେ ପ୍ରଥମ ବୈଠକରେ ଗଠନ ହୋଇଥିବା ଉପକମିଟିର କୈାଣସି ପରିବର୍ତ୍ତନ ହେବ ନାହିଁ।
ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଉପକମିଟି ଅଧ୍ୟକ୍ଷ, ସମସ୍ତ ବ୍ଲକ ବି ଡି ଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here