ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର କ୍ୟାଣ୍ଡେଲ ରାଲି ମହାଆଡ଼ମ୍ବର ରେ ପାଳିତ

0
164

ବ୍ରହ୍ମପୁର,୨୭/୧୧–ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ପର୍ବ ମିଶନ ରାଣୀ ମହାଦେବାଳୟ ଠାରେ ମହାଡ଼ମ୍ବରରେ ପାଳନ କରାଯାଇଅଛି। ବ୍ରହ୍ମପୁର ଧର୍ମପ୍ରଦେଶର ଧର୍ମାଧ୍ୟକ୍ଷ ଡ଼ା. ଶରତ ଚନ୍ଦ୍ର ନାୟକ, ଏହି ପର୍ବର ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ ଏବଂ ମିଶନ ରାଣୀ ମାଁ ମାରୀୟାଙ୍କ ଏହି ପର୍ଵ ଦିବସ ବିଷୟରେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରି ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇ ପ୍ରଚାର କରିଥିଲେ। ଏହି ପବିତ୍ର ପର୍ବରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି,ଯାଜକ ସୁରେଶ ନାୟକ ଓ ଯାଜକ ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ବହୁ ଦୂରଦୂରାନ୍ତରୁ ବିଭିନ୍ନ ଧର୍ମାଞ୍ଚଳରୁ ଆସିଥିବା ଯାଜକମାନେ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ। ଏହି ଦିବ୍ୟଯଜ୍ଞରେ ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ ଓ ଯାଜକ ଶଶୀକାନ୍ତ ମାଳିଙ୍କ ସମେତ ଏହି ମହାଦେବଳୟର ପାଳକୀୟ ପରିଷଦର ସଭ୍ୟ ସଭ୍ୟା ମାନେ, ପର୍ବ କମିଟିର ସଦସ୍ୟ ଓ ସଦସ୍ୟା ମାନେ ଅତି ସୁନ୍ଦର ଭାବେ ଏହି ପର୍ବର ସୁପରିଚାଳନା କରିଥିଲେ ଏବଂ Jesus Youth ର ଯୁବଗୋଷ୍ଠୀ ଏହି ମିଶନ ରାଣୀ ମାଁଙ୍କ ପର୍ବ ନିମନ୍ତେ ଶାନ୍ତି ଶୃଙ୍ଖଳା ଓ ଯାଜକ ଦୀନବନ୍ଧୁ ନାୟକଙ୍କ ତତ୍ୱାବୋଧାନରେ ଏହି ଯୁବଗୋଷ୍ଠୀର ସଙ୍ଗୀତ ଦଳ ସଙ୍ଗୀତ ପରିଚାଳନାର ଦାୟିତ୍ୱ ନେଇଥିଲେ।ତତ୍ ସଙ୍ଗେସଙ୍ଗେ ଆଜି ସନ୍ଧ୍ୟାରେ ମିଶନ ରଣୀ ମାଁଙ୍କ ପ୍ରତିମୂର୍ତ୍ତି ସହିତ ଏକ ବିଶାଳ ଶୋଭା ଯାତ୍ରା ଦ୍ୱାର ସହର ପରିକ୍ରମା କରାଯାଇଥିଲା ଏବଂ ତାହା ପରେ ଭକ୍ତି ଭାବରେ ଦିବ୍ୟପ୍ରସାଦ ଆରାଧନା କରି ଏହି ଆଶ୍ଚର୍ଯ୍ୟ ଚକିତ ମାଁ ମାରୀୟାଙ୍କ ପର୍ବର ପରିସମାପ୍ତି କରାଯାଇଥିଲା।ବହୁ ଦୂରଦୁରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଏଠାରେ ଯୋଗଦାନ କରି ଏହି ପବିତ୍ର ମାଁ ମାରୀୟାଙ୍କ ପର୍ବକୁ ସଫଳତାକୁ ଦ୍ବିଗୁଣିତ କରିଥିଲେ।

LEAVE A REPLY

Please enter your comment!
Please enter your name here