ମା ମହୁରୀ କାଳୁଆ ଅଟୋ ଚାଳକ ସଂଘ ର ବୌଠକ

0
195

 

ବ୍ରହ୍ମପୁର, ୨୮/୧୧–ମାଁ ମହୁରୀ କାଳୁଆ ଅଟୋ ଚାଳକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଉଦ୍ଧବ ବିଷୋୟୀ ଙ୍କ ତତ୍ୱବାଧାନରେ ସୁକୁଣ୍ଡା ସ୍ଥିତ ଲକ୍ଷ୍ମୀନୃସିଂହ ମଠ ପରିସରରେ ଆୟୋଜିତ ହୋଇଥିଲା ଏହି ବୈଠକ।ଏହି ଅବସରରେ ସଭାପତି ଉଦ୍ଧବ ବିଷୋୟୀଙ୍କୁ ସଂଘ କର୍ମକର୍ତା ମାନେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ବୈଠକ ରେ ଅଟୋ ଚାଳକ ସଂଘ ର କର୍ମକର୍ତା ମାନଙ୍କୁ ନୂତନ ଟ୍ରାଫିକ ନିୟମ ନେଇ ସଚେତନ କରାଯାଇଥିଲା। ଗାଡି ଚଳାଇବା ବେଳେ ମଦ୍ୟପାନ ନକରିବା, ମୋବାଇଲ ରେ କଥା ନହେବା , ଦ୍ରୁତ ଗତିରେ ଅଟୋ ନଚଳାଇବା ଇତ୍ୟାଦି ନେଇ ସଂଘ ସଭାପତି ସଚେତନ କରାଇଥିଲେ। ଏହାସହ ତେଲ କଡେଇ ରେ ପଡି ଅର୍ଧଦଗ୍ଧ ଅବସ୍ଥାରେ ବର୍ତ୍ତମାନ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଶିବ ଶଙ୍କର ଙ୍କୁ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଆଲୋଚନା କରାଯାଇଥିଲା ।ଏଥି ସହ ସଂଘ ର ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ କର୍ମକର୍ତା ଙ୍କୁ ଆହ୍ୱାନ କରାଯାଇଥିଲା। ଆୟୋଜିତ ଏହି ବୈଠକ ରେ ସଂଘ ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here