ପର୍ଯ୍ୟଟନ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ୨ ଜଣ ମହିଳାଙ୍କୁ ସାଙ୍ଗରେ ନେଇ ହାଇଦ୍ରାବାଦ ଯିବା ପ୍ରସଙ୍ଗ ମନ୍ତ୍ରୀଙ୍କ ସହ ଯାଇଥିବା ମହିଳା କିଏ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି  ଦୁଇ ମହିଳାଙ୍କର ଖର୍ଚ୍ଚ ସରକାର ବହନ କରିବା କେଉଁ ସ୍ୱଛତାର ପ୍ରତୀକ?  ୨ ଜଣ ମହିଳା ମନ୍ତ୍ରୀଙ୍କର ବ୍ୟକ୍ତିଗତ ଅତିଥି ଥିଲେ ନା ପର୍ଯ୍ୟଟନ ବିଭାଗର ସରାକାରୀ କାମରେ ଯାଇଥିଲେ?  ସରକାରୀ ଅର୍ଥରେ ମଉଜ ମଜଲିସି କରୁଛନ୍ତି ପର୍ଯ୍ୟଟନ ମନ୍ତ୍ରୀ  ପର୍ଯ୍ୟଟନର ବିକାଶ ରାଜ୍ୟରେ ଶୂନ  ରାଜ୍ୟକୁ ଆସୁନାହାଁନ୍ତି ବିଦେଶୀ ପର୍ଯ୍ୟଟକ ଫେଲ ମାରିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

0
159

 

ଭୁବନେଶ୍ୱର, ତା ୨୮/୧୧: ନବୀନ ସରକାରଙ୍କର ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରାଣିଗ୍ରାହୀ ଏକ ସରକାରୀ କାର୍ଯ୍ୟକ୍ରମକୁ, ସରକାରୀ ବ୍ୟୟରେ ବିମାନ ଭଡାରେ ଦୁଇ ଜଣ ମହିଳାଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଏକ ପଂଚତାରକା ହୋଟେଲରେ ବି ମନ୍ତ୍ରୀଙ୍କ ସହିତ ସେହି ମହିଳାମାନେ ରହିଥିଲେ ଯାହାର ଦେୟ ସରକାରଙ୍କର ତହବିଲରୁ ଦିଆଯାଇଥିଲା । ଏହି ଦୁଇ ମହିଳାଙ୍କର ଖର୍ଚ୍ଚ ସରକାର ବହନ କରିବା କେଉଁ ସ୍ୱଛତାର ପ୍ରତୀକ? ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଯାଇଥିବା ସେହି ୨ ଜଣ ମହିଳା କିଏ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଦାବି କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ଯେ, ଅକ୍ଟାବର ୪ ତାରିଖରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସହ ପର୍ଯ୍ୟଟନ ବିକାଶରେ ଯାଇଥିବା ସେହି ଦୁଇ ଜଣ ମହିଳାଙ୍କର କ’ଣ ଭୂମିକା ରହିଛି? କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ନେଇ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା ତାହା ପର୍ଯ୍ୟଟନ ବିଭାଗ ସ୍ପଷ୍ଟ କରନ୍ତୁ । ସେହି ମହିଳାମାନେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ଅତିଥି ଥିଲେ ନା ପର୍ଯ୍ୟଟନ ବିଭାଗର ସରାକାରୀ କାମରେ ଯାଇଥିଲେ ତାହା ପର୍ଯ୍ୟଟନ ବିଭାଗ ସ୍ପଷ୍ଟ କରୁ । ଯଦି ପର୍ଯ୍ୟଟନ ବିଭାଗର ସେମାନେ ଅତିଥି ତାହେଲେ ପର୍ଯ୍ୟଟନ ବିଷୟରେ ତାଙ୍କର କଣ ଜ୍ଞାନ ଅଛି? ଯଦି ସେମାନେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ଅତିଥି ତାହେଲେ ମନ୍ତ୍ରୀ ତାଙ୍କୁ କାହିଁକି ସରକାରୀ ଅର୍ଥରେ ନେଲେ ?

ରାଜ୍ୟରେ ପର୍ଯ୍ୟଟନ ବିଭାଗର କୌଣସି ବିକାଶ ହୋଇନାହିଁ । କିନ୍ତୁ ଅନ୍ୟପଟେ ମନ୍ତ୍ରୀ ସରକାରୀ ଅର୍ଥରେ ମଉଜ ମଜଲିସି କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ୫-ଟି କଥା କହୁଥିବାବେଳେ ପର୍ଯ୍ୟଟନ ମନ୍ତ୍ରୀ କେଉଁ ‘ଟି’ ଦ୍ୱାରା ଏହି ୨ ଜଣ ମହିଳାଙ୍କୁ ସାଙ୍ଗରେ ନେଇଯାଇଥିଲେ । ସେହି ଦୁଇ ମହିଳା କୌଣସି ସରକାରୀ ପଦାଧିକାରି ନୁହନ୍ତି । ପର୍ଯ୍ୟଟନ ବିଷୟରେ କୌଣସି ବିଶେଷଜ୍ଞ ନୁହନ୍ତି । ତାହେଲେ ମନ୍ତ୍ରୀ କେଉଁ କ୍ଷମତା ବଳରେ ସେହି ଦୁଇ ଜଣ ମହିଳାଙ୍କୁ ହାଇଦ୍ରାବାଦ ନେଇକି ଯାଇଥିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନର ବିକାଶ ପାଇଁ ନିଜେ ପ୍ରଚାର କରୁଛନ୍ତି । ଦେଶ ବିଦେଶରେ ପର୍ଯ୍ୟଟନ ବିଭାଗ ବିଗତ ଦିନମାନଙ୍କରେ ଅନେକ ରୋଡ ଶୋ କରିଛି । ଏହା ସତ୍ୱେ ବି ପର୍ଯ୍ୟଟନ ବିଭାଗର କୈଣସି ଆଖିଦୃଶିଆ ବିକାଶ ହୋଇନାହିଁ । ନା ରାଜ୍ୟରେ ପର୍ଯ୍ୟଟନର ବିକାଶ ହୋଇଛି ନା ଓଡିଶାକୁ ବିଦେଶୀ ପର୍ଯ୍ୟଟନ ବଢିଛନ୍ତି । ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଭିତରୁ ମାତ୍ର ୧.୩% ପର୍ଯ୍ୟଟକ ଗତବର୍ଷ ଓଡିଶା ଆସିଛନ୍ତି । ଓଡିଶାରେ ପର୍ଯ୍ୟଟନର ଅପାର ସୁଯୋଗ ଥିବା ସତ୍ୱେ ପର୍ଯ୍ୟଟନ ବିଭାଗ ସଂପୂର୍ଣ୍ଣଭାବେ ବିଫଳ ହୋଇଛି । ପୂର୍ବରୁ ଉନ୍ନତମାନର ଆଳୁ ଚାଷ ଏବଂ ଆଳୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରୀ ଅଧିକାରୀ ମାନେ ପେରୁ ଏବଂ ବଲିଭିଆ ଯାଇଥିଲେ । ସେହିପରି ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଥାଇଲାଣ୍ଡ ଯାଇଥିଲେ । ସେମାନେ କଣ ଶିକ୍ଷା କରିଛନ୍ତି ଏବଂ ରାଜ୍ୟର ବିକାଶରେ କେଉଁ ଜ୍ଞାନକୁ ଲଗାଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥଲେ ।

LEAVE A REPLY

Please enter your comment!
Please enter your name here