ପୁଣି ଧରା ପଡିଲେ ୯ ଜାଲ୍ ସାର୍ଟିଫିକେଟ ଧାରୀ ଶିକ୍ଷକ

0
189

ବ୍ରହ୍ମପୁର,୨୯/୧୧-(ବ୍ୟୁରୋ ରିପୋର୍ଟ) ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଏବେ ସରଗରମ ଥିବା ବେଳେ ଶୁକ୍ରବାର ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ଏହି ୯ ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ନକଲି ଶିକ୍ଷକ ସଂଖ୍ୟା ୧୬ରେ ପହଞ୍ଚିଛି।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ନକଲି ଶିକ୍ଷକମାନେ ହେଲେ କବିସୂର୍ଯ୍ୟନଗର ବ୍ଲକର ସହାୟକ ଶିକ୍ଷକ ମଦନ ମୋହନ ସ୍ୱାଇଁ ରାମ୍ପୁଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସହାୟକ ଶିକ୍ଷକ କୁନି କୁମାରୀ ବେହେରା ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସହାୟକ ଶିକ୍ଷକ ଦେବରାଜ ମହାନ୍ତି ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସହାୟକ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଲେଇ କନିଆରି ନୋଡାଲ ଉଚ୍ଚ ବିଦ୍ୟାଳୟ, ସହାୟକ ଶିକ୍ଷକ ପଞ୍ଚାନନ ନାହାକ ନନ୍ଦିଗଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଲିକୋଟ ବ୍ଲକର ସହାୟକ ଶିକ୍ଷକ ସୁନୀଲ କୁମାର ପାଲା ପୁସ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆସ୍କା ବ୍ଲକର ସହାୟକ ଶିକ୍ଷକ ବାଳକୃଷ୍ଣ ପଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସହାୟକ ଶିକ୍ଷକ ଅଶୋକ ସାହୁ କେନ୍ଦୁପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସହାୟକ ଶିକ୍ଷକ ଶିବରାମ ପଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।ଏହି ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଦେଇଥିବା ବିଇଡ଼ି ସାର୍ଟିଫିକେଟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ବାରା ଯାଞ୍ଚ ରେ ଜାଲ୍ ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here