ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କୁକୁଡ଼ା ଚିଆଁ ପ୍ରଦାନ ।

0
155

ହିଞିଳିକାଟୁ ୩୦/୧୧(ପ୍ରିୟବ୍ରତ ପଣ୍ଡା):- ପ୍ରାଣୀଧୀନ କାର୍ଯ୍ୟାଳୟ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ସକାଶେ ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତ ସ୍ତରରେ ୮୧ ହରିଜନ ଓ ଆଦିବାସୀ ହିତାଧିକାରୀ ମାନଙ୍କୁ ୨୫ ଟି ଲେଖାଏଁ ଅଣ୍ଡା ଦିଆ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାପାଳନ ଉପ ନିର୍ଦ୍ଦେଶକ ଡ଼ାକ୍ତର ଦିଗାମ୍ବର ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ମଧୁସୂସଦନ ସୁବୁଦ୍ଧି, ଗଣ୍ଡଳା ସରପଞ୍ଚ ଗୌରୀ ସାହୁ ଓ ନନ୍ଦିକ ସରପଞ୍ଚ ,ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କୁକୁଡ଼ା ପାଳନର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିଞିଳିକାଟୁ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ର, ଗଣ୍ଡଳା ପ୍ରାଣୀ ଚିକିତ୍ସକ ଡ଼ାକ୍ତର ପିତାବସ ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ପ୍ରବୀଣ ସାହୁ, ପ୍ରାଣୀଧନ ନିରୀକ୍ଷକ ଗୋପିନାଥ ବେହେର. ସୁଧାଂଶୁ ସାହୁ ,ପ୍ରଦୀପ ପାଣିଗ୍ରାହୀ ,ରାଜେଶ ସାହୁ, ସୁଶାନ୍ତ ପାଣେିଗ୍ରାହୀ, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here