ଏଡସ୍ ଦିବସ ଅବସରରେ ରାମ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ର ସଚେତନତା କାର୍ଯ୍ୟକ୍ରମ

0
167

ବ୍ରହ୍ମପୁର,୩୦/୧୧–ପୃଥିବୀ ରେ ଏକ ଭୀଷଣ ମାରାତ୍ମକ ବ୍ୟାଧି ମୁଣ୍ଡ ଟେକି ସମସ୍ତଙ୍କୁ ଭୟଭିତ କରିପକାଇଛି l ଏହି ଭୟଙ୍କର ବ୍ୟାଧି ପାଇଁ କୌଣସି ଚିକିତ୍ସା ଏବଂ ଔଷଧ ଆବିଷ୍କାର ରେ ମଧ୍ୟ ବୈଜ୍ଞାନୀକ ସମର୍ଥ ହୋଇ ପାରିନାହlନ୍ତି l ଏହି ଅଭିନବ ମାରାତ୍ମକ ବ୍ୟାଧି ର ନାମ ଏଡସ୍ ଏବଂ ଡିସେମ୍ବର ୧ ତାରିଖ କୁ ବିଶ୍ୱ ଏଡ଼ସ ଦିବସ ରୂପେ ପାଳନ କରୁ l ଏଡସ୍ ଏପରି ଏକ ରୋଗ ଯାହାକୁ ହୁଏ, ତl ଦେହରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଏ l ଏବଂ ଖୁବ କମ ସମୟ ମଧ୍ୟ ରେ ରୋଗୀ ର ମୃତ୍ୟୁ ହୁଏ l ଏହା ଏକ ମାରାତ୍ମକ ଏବଂ ଭୟଙ୍କର ରୋଗ l ଭାରତ ରେ ବହୁତ ସହର ରେ ଏହି ରୋଗ ଚିହ୍ନଟ କରାଯାଇଛି l କିନ୍ତୁ ଗଣନା ଅନୁସାରେ ଜଣାପଡୁଛି ଯେ ଓଡିଶା ର ଗଞ୍ଜାମ ଜିଲ୍ଲା ରେ ସର୍ବାଧିକ ଏଡସ୍ ରୋଗୀ ଅଛନ୍ତି l ଯଦି ଆମେ ଏଡସ୍ ର ଦୁରିକରଣ କରିବାକୁ ହେଲେ ସଚେତନତା ର ନିହାତି ଆବଶ୍ୟକତା ରହିଛି l ଏହାକୁ ଦୃଷ୍ଟି ରେ ରଖି ରାମ ନାରାୟଣ ଡ଼ିଗ୍ରୀ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଉଷା ରାଣୀ ବ୍ରହ୍ମା ଙ୍କ ନେତୃତ୍ୱ ରେ ଗୋପାଳପୁର ସ୍ଥିତ ହରିଜନ ସାହି ନିକଟରେ ଏଡସ୍ ସଚେତନତା ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି l ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀମାନେ ରେଡ ରିବନ ର ଏକ ବିଶାଳ ପ୍ରତୀକ କୁ ମୁରୁଜ ରେ ଆଙ୍କି ଗ୍ରାମବାସି ଙ୍କ ସହଯୋଗ ରେ ଦୀପ ପ୍ରଜ୍ୱଳନ କରିଥିଲେ l ଏବଂ ଛାତ୍ରଛାତ୍ରୀ ମାନେ ଗ୍ରାମବlସି ଙ୍କୁ ସଚେତନ କରାଇଥିଲେ l ଏଥିରେ ଛାତ୍ରୀ ରୂପଶ୍ରୀ, ପ୍ରମିଳା,ପ୍ରଣୀତା, ସନ୍ତୋଷିନି ଏବଂ ଛାତ୍ର ମୁନା, ବିକାଶ, ଶୁଭରାଜ, ଅମୀର, ବବୁଲୁ ପ୍ରମୁଖ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here