ଟ୍ରାଫିକ୍ କଟକଣା ଯୋରଦାର, ରାସ୍ତାରେ ଖସିଗଲେ ବି ଯଦି ନିୟମ ଭାଙ୍ଗିଥିଲେ ଘରକୁ ଯିବ ଚାଲାଣ

0
183

 

ଭୁବନେଶ୍ୱର ,୩୦/୧୧(ବ୍ୟୁରୋ ରିପୋର୍ଟ): ଆପଣ ଟ୍ରାଫିକରେ ଧରା ନପଡ଼ିଲେ ବି ଯଦି ନିୟମ ଭାଙ୍ଗିଛନ୍ତି ତେବେ ଜୋରିମାନା ଗଣିବେ । ମେଟ୍ରୋ ସହର ଭଳି ଓଡ଼ିଶାରେ ସିସିଟିଭିରେ ନିୟମ ଖିଲାପକାରୀଙ୍କୁ ଚିହ୍ନଟ କରି ଘରକୁ ଚାଲାଣ ପଠାଇବ ପରିବହନ ବିଭାଗ ।ଏହା ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ପ୍ରଥମ କରି ଆରମ୍ଭ ହେବ ସେବା ।
ରାଜଧାନୀର ୮ଟି ପ୍ରମୁଖ ଛକରେ ଲାଗିବ ସିସିଟିଭି କ୍ୟାମେରା । ପ୍ରଥମ କରି ରୂପାଲି ଛକରେ ଏହାକୁ ପରୀକ୍ଷାମୂଳକ ଭାବେ ଲଗାଯିବ । ସିସିଟିଭିରୁ ଚିହ୍ନଟ ହେବ ଗାଡ଼ି ଓ ଗାଡ଼ିର ନମ୍ବର । ଏହାପରେ ନିୟମ ଉଲଙ୍ଘନକାରୀଙ୍କ ଠିକଣାରେ ଡାକଯୋଗେ ପଠାହେବ ଚାଲାଣ ।
ଟ୍ରାଫିକ୍ ପାଇଁ ୩-ଇ ଅନୁଯାୟୀ କମିଶନରେଟ ପୋଲିସ କାର୍ଯ୍ୟ କରୁଥିବା କମିଶନର ସୁଧାଶୁଂ ଷଡଙ୍ଗୀ କହିଛନ୍ତି ।  ଧରପଗଡ଼ ବେଳେ ବଡି କ୍ୟାମେରା କିମ୍ବା ସିସିଟିଭି ଥିବା ସ୍ଥାନରେ ଚାଲାଣ କରାଯିବ । ଜୋରିମାନା ପାଇଁ କମିଶନରେଟ ପୋଲିସ ପଷରୁ ଖୋଲାଯିବ କାଉଣ୍ଟର । ସିସିଟିଭି ସର୍ଭେଲାନ୍ସ ଜରିଆରେ ପ୍ରତିଦିନ ଶହେରୁ ଅଧିକ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି ।
ପ୍ରଥମେ ଭୁବନେଶ୍ୱରର ରୁପାଲି ଛକରେ ଆରମ୍ଭ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ, ସ୍ପଟରେ ନହେଲେ ଘରକୁ ପଠାଯିବ ।  ଆସନ୍ତା କାଲିଠାରୁ ରୁପାଲି ଛକରୁ ଆରମ୍ଭ ହେବ ଟ୍ରାଫିକ ଭାଓଲେସନ ଡିଟେକସନ ସିଷ୍ଟମ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୮ଟି ସ୍ଥାନରେ ଲାଗୁ ହେବ ଏହି ବ୍ୟବସ୍ଥା । ଏଥିରେ ଏଜି ଛକ, ନାଲକୋ ଛକ, କିଟ୍ ଛକ, କଳ୍ପନା ଛକ ପ୍ରଭୃତି ସ୍ଥାନରେ ଲଗାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here