ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ

0
285

 

ହିଞ୍ଜିଳିକାଟୁ:- ୩୦/୧୧(ପ୍ରିୟବ୍ରତ ପଣ୍ଡା)– ହିଞିଳିକାଟୁ ପୋୖରାଞ୍ଚର ଆଙ୍କୋରଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଘାଟନ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଦକ୍ଷଣ-ପୂର୍ଵ ସଂଭାଗ ର ସମିତି ସଦସ୍ୟ ବି.ରାମ ମୂର୍ତ୍ତି ପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରଶାସକ ଦ୍ୟୁତିକୃଷ୍ଣ ସାବତ,ସାମ୍ବାଦିକ ହିମାଂଶୁ ବେହେରା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଦୀପପ୍ରଜ୍ବଳନ କରି ଛାତ୍ରଛାତ୍ରୀ ଙ୍କୁ କ୍ରୀଡା ଉପରେ ଦିଗଦର୍ଶନ ଦେବା ସହ ଶାନ୍ତିଶୃଙ୍ଖଳା ରହିବା ପାଇଁ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ସ୍କୁଲର ପ୍ରାୟ ଏକ ହଜାର ଶିଶୁ ଉକ୍ତ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ l ଖେଳ ପ୍ରତିଯୋଗିତାରେ ୧ଶହ ମିଟର,୨ଶହ ମିଟର,୪ଶହ ମିଟର ଦୌଡ,୧୫ଶହ ମିଟର ୩ହଜାର ମିଟର ଦୌଡ଼ ସହ ଲମ୍ବଡିଆଁ,ଉଚ୍ଚଡିଆଁ,ଗୋଳାପଫିଙ୍ଗା ,ଥାଳିଆଫିଙ୍ଗା ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ମାନଙ୍କ ପରିଚୟ ରଖିଥିବା ବେଳେ ଶ୍ରୀ କାଳୁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଶାରୀରିକ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ କୁମାର ନାୟକ ଙ୍କ ସଂଯୋଜନା ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟl କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ lଏହି କ୍ରୀଡା ପ୍ରତିଯୋଗିତା ରବିବାର ଉଦଯାପିତ ହେବ ବୋଲି ଜାଣାଯାଇଛି ।

LEAVE A REPLY

Please enter your comment!
Please enter your name here