ସ୍ବେଛାସେବୀ ସଂଗଠନ “ଅରୁଣା” ପକ୍ଷ ରୁ ବିଶ୍ବ ଏଡସ୍ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
176

ବ୍ରହ୍ମପୁର,୦୧/୧୨–ଆଜି ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ନିକଟରେ ଏକ ସଚେତନତା ପଦଯାତ୍ରା ସହ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱକୁ ଏଡସ୍ ମହାମାରୀ କବଳରୁ ରକ୍ଷା କରିବା ପାଇଁ ମିଳିତ ଜାତିସଂଘ ତରଫରୁ ପରାମର୍ଶ ଦିଆଯାଇଛି। ଯାହାକୁ ଦୃଷ୍ଟିରେ ଚଳିତବର୍ଷ “ଗୋଷ୍ଠୀ ହିଁ ପରିବର୍ତ୍ତନ ର ନିର୍ମାତା” ବାର୍ତା କୁ ବ୍ୟାପକ ରୂପେ ପ୍ରଚଳିତ କରାଯାଉଛି।ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପତାକା ଦେଖାଇ ସଚେତନତା ରଥ କୁ ଉଦ୍ଘାଟନ କରିଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତା ତ୍ରେୟ ଭାଉ ସାହେବ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଦସ୍ତଖତ ଅଭିଯାନ ର ଶୁଭାରମ୍ଭ କରି ନିୟମିତ ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ । ଏହିଅବସରେ ଜିଲ୍ଲା ମୁଖ୍ୟ ସ୍ୱାସ୍ତ୍ୟ ଅଧିକାରୀ ଡା ବିଜୟ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର , ଟିମ କ୍ଲିନ ସିଟି ର ଶକ୍ତିଧର ରାଜଗୁରୁ, କିନ୍ନର ସଙ୍ଘ ସଭାପତି ସୁଇଟି ସାହୁ, ଜି ଏନ ପି ର ସଭାପତି ସନ୍ତୋଷ ପ୍ରଧାନ, ଅରୁଣା ନିର୍ଦେଶକ ଲୋକନାଥ ମିଶ୍ର, ସମ୍ପାଦିକା ସୌଦାମିନୀ ରଥ, ସୁକାନ୍ତ ଆଚାର୍ଯ୍ୟ ଓ ଦେବୀଦତ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here