୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତା ନେଇ ଶ୍ରୀଧର ଓ ଆଦିତ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ବିଧାୟକ

0
271

ବ୍ରହ୍ମପୁର, ୦୨/୧୧ : -ବିଶାଖାପାଟଣା ସ୍ଥିତ ସର୍ବଭାରତୀୟ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର ଦୁଇଜଣ ଅଂଶଗ୍ରହଣ କରିଥିଲେ । ଶ୍ରୀଧର ସାହୁ କୁମୁତୀ ବିଭାଗରେ ରୌପ୍ୟ ଓ ଆଦିତ୍ୟ ସାହୁ କୁମୁତୀ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁର ସହର ପାଇଁ ଗୌରବ ଆଣି ଦେଇଛନ୍ତି । ସେମାନେ ଏହି ପଦକ ହାସଲ କରି ବ୍ରହ୍ମପୁର ଆସିବା ପରେ ସମସ୍ତଙ୍କ ମନରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ବ୍ୟକ୍ତିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ଆଜି ଦୁଇଜଣଙ୍କୁ ସମ୍ବର୍ଦ୍ଧନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ ବ୍ରିକମ ପଣ୍ଡା ତାଙ୍କ ଓଡ଼ିଶା ବଡ଼ାକାଏ କରାଟେ-ଡ଼ୁ ଏସୋସିଏସନ୍ କୁ ଯାଇ ସେଠାରେ ଦୁହିଁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏହି ପଦକ୍ଷେପ ଜାରୀ ରଖିବା ପାଇଁ ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଜେନା, ସୁବାସ ମହାରଣା, ଏସୋସିଏସନ୍ ର ସଭାପତି ରବି କୁମାର ସାହୁ, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି, କରାଟେ ଶିକ୍ଷକ ମନୋଜ କୁମାର ନାୟକ, ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ, ହରିଡ଼ାଖଣ୍ଡି ଶିଶୁ ବିଦ୍ୟାମନ୍ଦିରର ସଭାପତି ବଲ୍ଲଭ ପାଣିଗ୍ରାହୀ, ରବି ପଣ୍ଡା ଓ ହରିଡ଼ାଖଣ୍ଡି ସ୍କୁଲର ବହୁ ଛାତ୍ର ରହିଥିଲେ ।

LEAVE A REPLY

Please enter your comment!
Please enter your name here