ବ୍ଳକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଓ ପୁରସ୍କାର ବିତରଣ

0
224

ହିିିଞିଳିକାଟୁ,୩/୧୨ (ପ୍ରିୟବ୍ରତ ପଣ୍ଡା):- ହିିଞିଳିକାଟୁ ପୌର ପରିିିିଷଦ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଳକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମର ପ୍ରଧାନନ ଶିକ୍ଷକ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ , ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର ଓ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା ପ୍ରମୁଖଙ୍କ ଉପସ୍ଥିତରେ ରିବନ କାଟି ଶୁଭାରମ୍ଭ କରିଥିଲେ । ଆୟୋଜିତ ଏହି ମେଳାରେ ସ୍ଥାନୀୟ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ଉଚ୍ଚ ବିଦ୍ୟାଳୟ ସ୍ତରରେ ୨୫, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୫୯ ଓ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୭ ସର୍ବମୋଟ ୧୨୧ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବିଚାରକ ଭାବେ ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜୁଲୋଜି ରିଡ଼ର ମାନସ ମୋହନ ବଳିୟାରସିଂ, ପଦାର୍ଥ ବିଜ୍ଞାନ ଅଧ୍ୟାପକ କେଶବ ଚନ୍ଦ୍ର ଷଡ଼ଙ୍ଗୀ, ଖାମ୍ବେୟା ଦୋରା କନିଷ୍ଠ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗୀୟ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା , ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ଶାନ୍ତିଲତା ମୁନୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ଶତପଥୀ ଯୋଗ ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଖଣ୍ଡରା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ସୁମନଙ୍କ ଦ୍ୱାରା ପ୍ରଦର୍ଶିତ ପବନ ଚାଳିତ ମିଲ୍‌, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ତପସ୍ୱିନି ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଅମ୍ଳ ବୃଷ୍ଟି, ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ସନ୍ତୋଷ ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଗ୍ୟାସ ଲିକେଜ ଓ ଏହାର ପ୍ରୋଟେକସନ୍ ଓ ମକରଝୋଳ ଉଚ୍ଚ ବିଦ୍ୟାଳୟର ହାତ ତିଆରି ଭୋକ୍ୟୁମ କ୍ଳିନିର ପ୍ରକଳ୍ପ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନିତ କରାଯାଇ ଜିଲ୍ଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ସ୍ଥାନ ପାଇବା ସକାଶେ ସ୍ଥିର କରାଯାଇଥିଲା । ସହକାରୀ ଶିକ୍ଷକ ରଜନିକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here