ଦୂର୍ନତୀ ବିରୋଧୀ ଅନଶନ କୁ ଜିଲ୍ଲା ବିଜେପି ସଭାପତି ଙ୍କ ସମର୍ଥନ

0
287

ବ୍ରହ୍ମପୁର,୦୪/୧୨-(ବ୍ୟୁରୋ ରିପୋର୍ଟ)-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନିତୀର ତଥ୍ୟ ଆର.ଟି.ଆଇ ମାଧ୍ୟମରେ ହସ୍ତଗତ ହେବାପରେ ହୋଇଥିବା ଦୁର୍ନିତିର ତଦନ୍ତ କରିବା ପାଇଁ ବାରମ୍ବାର ଦାବୀ କଲେ ମଧ୍ୟ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କେହି କର୍ଣ୍ଣପାତ ନକରିବାରୁ , ବାଧ୍ୟ ହୋଇ ଗତ ଗାନ୍ଧୀ ଜୟନ୍ତୀ ଦିନ ୨ ଅକ୍ଟୋବର ୨୦୧୯ ତାରିଖରେ ସ୍ଥାନୀୟ ବିଜେପି ନେତା ହୃଷିକେଶ ନାୟକ ଆମରଣ ଅନଶନରେ ବସିଥିଲେ । ଏହାପରେ ଅନଶନ ସ୍ଥଳକୁ ଚିକିଟି ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ମିଶି ଧାରଣା ସ୍ଥଳରେ ପହଞ୍ଚି ଆସନ୍ତା ୨୦ ଦିନ ମଧ୍ୟରେ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ଟେଲିଫୋନ ମାଧ୍ୟମରେ ବ୍ଲକ ଅଧିକାରୀଙ୍କ ଉପସ୍ଥିତରେ ପ୍ରତିଶୃତି ମିଳିବା ପରେ ସକାଳ ୧୦ ଘଣ୍ଟିକାରେ ଆରମ୍ଭ କରିଥିବା ଅନଶନକୁ ସଂନ୍ଧ୍ୟା ୭ଘ. ସମୟରେ ଅନଶନ ପ୍ରତ୍ୟାହୃତ କରିଥିଲେ । ତେବେ ପ୍ରତିଶୃତିକୁ ଉପ- ଜିଲ୍ଲାପାଳ କିମ୍ବା ବ୍ଲକ ଅଧିକାରୀ ଅଣଦଖା କରିବାରୁ ବାଧ୍ୟ ହୋଇ ବିଜେପି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ଟିମ ଯାଇ ବ୍ରହ୍ମପୁର ଉପ- ଉପଜିଲ୍ଲାପାଳଙ୍କ ଅଫିସରେ ଚାଲିଥିବା ଜନଶୁଣାଣୀରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଏ.ଡି.ଏମ ସ୍ତରୀୟ ତଦନ୍ତ କରିବାକୁ ଦାବୀ ଉପସ୍ଥାପନା କରିଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ନହେବାରୁ ଗତକାଲିଠାରୁ ହୃଷିକେଶ ନାୟକଙ୍କ ସହ ବହୁ ନେତା ଉପସ୍ଥିତ ରହି ଅନଶନ ଆରମ୍ଭ କରିଛନ୍ତି । ଉକ୍ତ ଅନଶନକୁ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ସମର୍ଥନ ଜଣାଇବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ l ଏହି ଅବସରରେ ସ୍ଥାନୀୟ ନେତା ମନୋରଂଜନ ଦ୍ୟାନ ସାମନ୍ତରା , ନାରାୟଣ ରାଓ,ଲିଙ୍ଗରାଜ ପଣ୍ଡା , ରଂଜନ ପାଢୀ , ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here