ପାରଳାଖେମୁଣ୍ଡି ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

0
390

ପାରଳାଖେମୁଣ୍ଡି , ୦୪/୧୨(ପ୍ରଭାତ ପାତ୍ର)– ଶାନ୍ତିପ୍ରିୟ ଗଜପତି ଜିଲ୍ଲାକୁ ପୋଲିସ ବିଶୃଙ୍ଖଳା ଓ ଗୋଳମାଳିଆ କରୁଛି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି।
ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ରାଓ ଅଭିଯୋଗରେ କହିଥିଲେ ଯେ ଜିଲ୍ଲାର ଗୋଷାଣୀ ଓ ଗୁମ୍ମା ବ୍ଲକ୍ ଅଞ୍ଚଳରେ ପୋଲିସ ଓ ସରକାର ବିଶୃଙ୍ଖଳା ଓ ଗୋଳମାଳିଆ କରି ଅଶାନ୍ତି ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି। ଏମିତିକି ନିର୍ବାଚନ ପୂର୍ବରୁ ଓ ପରଠାରୁ ଆରମ୍ଭ କରି ଗାରବନ୍ଦ ଥାନା ଅଞ୍ଚଳରେ ପ୍ରାୟ ୨୫ ଜଣ ବିଜେପି କର୍ମକତାଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା କରି ସଙ୍ଗିନ ଦଫା ସବୁ ଲଗାଇ ଦିଆଯାଇଛି।
ଏ କ୍ଷେତ୍ରରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଡର ରହିଥିବା ପ୍ରକାରେ ଯେଉଁଠି ଷ୍ଟେସନ ବେଲ ଦିଆ ହୋଇପାରିବ ସେଠାରେ ତାହା ନଦେଇ ଅଯଥା ହଇରାଣ କରାଯାଉଛି , କେବଳ ବିଜେପିକୁ ଟାର୍ଗେଟ କରି ଏଭଳି କରାଯାଇଛି। ଏଭଳି ବିଶୃଙ୍ଖଳା ଓ ମାତ୍ରାଧିକ ଦମନଲୀଳା ଯେଉଁ ଚାଲିଛି ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ସରକାର ଓ ପୋଲିସ ବିରୋଦ୍ଧରେ ନିଶ୍ଚିତ ଭାବେ ରାଜରାସ୍ତାକୁ ଆସି ଘେରାଉ, ବିକ୍ଷୋଭ ଓ ଧାରଣା ଭଳି ଆନ୍ଦୋଳନ କରିବୁ ଏଥିପାଇଁ ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଏ ତେବେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିଧାୟକ କେ. ନାରାୟଣ ରାଓ କହିଛନ୍ତି।
ଅନ୍ୟ ପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଯେଉଁ ସ୍ବଛ ଶାସନ, ସ୍ବଛତା ଓ 5-T କଥା କହୁଛନ୍ତି ତାକୁ ଏଠାରେ ଖାତିର କରା ନ ଯାଇ ବହୁତ ବିଶୃଙ୍ଖଳା ଦୁନିତି ଚାଲିଛି। ତେଣୁ ଜିଲ୍ଲା ବିଜେପି ପକ୍ଷରୁ ଆମେ ଏ ସବୁର ଦୃଢ ବିରୋଧ କରିବା ସହ ନିନ୍ଦା କରୁଛୁ। ପ୍ରଶାସନ ଯଦି ଏଠାରେ ଲୋକଙ୍କୁ ଠିକ୍ ଭାବେ ନ୍ୟାୟ ନଦେବ ଏବଂ ଏକ ତରଫା ଭାବେ ପକ୍ଷ ସହଯୋଗ କରି କାର୍ଯ୍ୟ କରି ଚାଲିବ ଏବଂ ଲୋକଙ୍କୁ ହଇରାଣ କରି ଅଯଥା ବିଶୃଙ୍ଖଳା ସୃଷ୍ଟି କରିବ ତା ହେଲେ ଏ ସମସ୍ତ ବିରୁଦ୍ଧରେ ବିଜେପି ନିଶ୍ଚିତ ଭାବେ ଆନ୍ଦୋଳନ କରାଯିବ ବୋଲି ଅଭିଯୋଗ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଜି.ଭେଙ୍କଟରାବଣା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପି. ଲତା, ବରିଷ୍ଠ ନେତୃବୃନ୍ଦ ମୁଲି ଗୋପାଳ ରାଓ, ନୃସିଂହ ଚରଣ ପଟ୍ଟନାୟକ, ପି. କ୍ରୀଷ୍ଣା , ପୂର୍ବତନ ନଗରପାଳ ତ୍ରିପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here