ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରକ୍ତ ଦାନ ଶିବିର

0
190

ପାରଳାଖେମୁଣ୍ଡି ,୦୫/୧୨(ପ୍ରଭାତ ପାତ୍ର)– ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଥିବା କମ୍ୟୁନିଟି ହଲ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ଜିଲ୍ଲାର ଥିବା ଏଚଡିଏଫସି ବ୍ୟାଙ୍କ, ଗଜପତି ବ୍ଲଡ ଡୋନେଟ, ନେହେରୁ ଯୁବ କେନ୍ଦ୍ର ଏବଂ ବନବିଭାଗ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଓ ବନଖଣ୍ଡ ଅଧିକାରୀ ବିବେକ କୁମାର ତ୍ୟାଗୀ ମିଳିତ ଭାବେ ଉଦଘାଟନ କରିଥିଲେ।
ଏହି ରକ୍ତଦାନ ଶିବିରରେ ପବ୍ଲିକ, ପୋଲିସ ଅଧିକାରୀ, କର୍ମଚାରୀ ପ୍ରମୁଖ ସାମିଲ ହୋଇ ୪୫ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାର ବ୍ଲଡ ବ୍ୟାଙ୍କ ଅଧିକାରୀ ଡଃ:ରାମଲକ୍ଷ୍ମୀ ଏବଂ ସହଯୋଗୀ ଖଗେଶ୍ବର ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାନ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ , ରିଜର୍ଭ ଇନସପେକ୍ଟର ଡମ୍ବରୁ ଧର ହନାଗା, ଦୁର୍ଯ୍ୟଧନ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here