ଏଚ.ଡି.ଏଫ.ସି ବ୍ୟାଙ୍କ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

0
184

 

ପାରଳାଖେମୁଣ୍ଡି ,୦୭/୧୨(ପ୍ରଭାତ ପାତ୍ର) ସଦର ମହକୁମା ରେ ଥିବା ଏଚ.ଡି.ଏଫ. ସି ବ୍ୟଙ୍କ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଏଚ. ଡି. ଏଫ.ସି. ବ୍ୟଙ୍କର ଶାଖା ପରିଚାଳକ ସୁଶାନ୍ତ କୁମାର ସାହୁ ଏଥିରେ ଅଧକ୍ଷତା କରିଥିଲେ।ଏହି ରକ୍ତଦାନ ଶିବିରରରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।ବ୍ୟଙ୍କର ଗ୍ରାହକ କର୍ମଚାରୀ ମାନେ ଏହି ରକ୍ତଦାନ କରିଥିଲେ।ରକ୍ତ ସଂଗ୍ରହ କାର୍ଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡଃ :ଏମ୍. ରାମଲକ୍ଷ୍ମୀ, ଖଗେଶ୍ବର ବେହେରା ସମତେ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ।

LEAVE A REPLY

Please enter your comment!
Please enter your name here