Home ରାଜ୍ୟ ପୁଣି ବାଇକ୍ ରେ ବୁହା ହେଲା ଶବ

ପୁଣି ବାଇକ୍ ରେ ବୁହା ହେଲା ଶବ

0
206

ଗଜପତି , ୦୮/୧୨(ପ୍ରଭାତ ପାତ୍ର)ପୁଣି ବାଇକରେ ବୁହା ହେଲା ଶବ। ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଞ୍ଚଳରେ। ରାୟଗଡ ବ୍ଳକ ଅନ୍ତର୍ଗତ ହାତୀବାଡି ଗ୍ରାମର ଗୋବିନ୍ଦ ଭୂୟାଁ ନାମକ ଜନୈକ ବୃଦ୍ଧଙ୍କ ଦେହ ଅସୁସ୍ଥ ହେବାରୁ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଥିଲା। କିନ୍ତୁ ଶବକୁ ନେବା ସକାସେ ମହାପ୍ରୟାଣ ମିଳିନଥିବା ଅଭିଯୋଗ ହୋଇଛି। କିଛି ସମୟ ପରେ ବାଧ୍ୟ ହୋଇ ବାଇକରେ ଶବକୁ ନେଇଥିଲେ।

 

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!