ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ

0
163

ଭୂବନେଶ୍ୱର,୦୯/୧୨-(ବ୍ୟୁରୋ ରିପୋର୍ଟ)ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅଭୟ ଆଜି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି। ଏହି ଅବସରରେ ସେ ରାଜ୍ୟ ପୁଲିସ ପାଇଁ ଷଷ୍ଠସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି।ଡିଜିପି ଅଭୟ ଆହୁରି ମଧ୍ଯ କହିଛନ୍ତି ଯେ, “ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ସଂଗଠିତ କରାଯିବ। ଅଭିଯୋଗକାରୀଙ୍କ ପ୍ରତି ଭଲ ବ୍ୟବହାର ଓ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। 5Tକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ। ମହିଳା ବିରୋଧୀ ହିଂସାକୁ ଶୀଘ୍ର ନିୟନ୍ତ୍ରଣ କରାଯିବ। ନକ୍ସଲ ମୁକାବିଲାରେ ବହୁତ ଉନ୍ନତି ହୋଇଛି। ଆଗକୁ ଆହୁରି ଉନ୍ନତି କରାଯିବ। ମାଫିଆରାଜ୍ ଦମନ ଉପରେ ପୂରା ଫୋକସ୍‌ କରାଯିବ। ପୁଲିସ ତଦନ୍ତକୁ ଅଧିକ ଫଳପ୍ରସୂ କରିବା ଉପରେ ଗୁରୁତ୍ୱ ଦିଆଯିବ।”

LEAVE A REPLY

Please enter your comment!
Please enter your name here