ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ କନେକ୍ସନ, ଡିଜି ପୋଲିସକୁ ଚିଠି ଲେଖିଲା ଗୃହ ବିଭାଗ

0
193

 

ଭୁବନେଶ୍ବର ,୧୦/୧୨- ଭୂବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଏକ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ନେଇ ଡିସିପି ଅନୁପ ସାହୁଙ୍କ ନାମ ରେ ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ପଦବୀରୁ ହଟାଇବାକୁ ମଧ୍ୟ ଗୃହ ବିଭାଗକୁ ଅନୁରୋଧ କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ଏହାପରେ ୨୦୦୬ ବ୍ୟାଚର ଆଇପିଏସ ଅଫିସର ତଥା ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟକଳାପ ଏବେ ପ୍ରଶ୍ନ ଘେରକୁ ଆସିଛି ।
ଗତବର୍ଷ ଅକ୍ଟୋବରରେ ୨୩ରେ ଖଣ୍ଡଗିରି ଥାନାରେ କେସ ନଂ ୩୭୨ ରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ ଭୁବନେଶ୍ବର ଡିସିପି । ଏପିରିକି ଥାନାରେ ପୀଡିତାଙ୍କ ଏତଲା ଦାୟର ସତ୍ତ୍ବେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରି ଡିସିପି ପ୍ରସୟ ଦେଇଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ । ଯାହାକୁ ନେଇ ସେ ଜାତୀୟ ମାନବାଧିକାର କମିଶନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଅଭିଯୋଗ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here