ବ୍ଳକ ସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମ

0
346

ପୁରୁଷୋତ୍ତମପୁର ,୧୩/୧୩(ପ୍ରିୟବ୍ରତ ପଣ୍ଡା) :- ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଓଷ୍ଠା) ଆନୁକୂଲ୍ୟରେ ଆୟୋଜିତ ବ୍ଳକ ସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଭୀମପୁର ମୁକ୍ତେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ସାବତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟୀକା ସୂର୍ଯ୍ୟମଣି ବୈଦା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା,ବିଡ଼ିଓ ସୂର୍ଯ୍ୟନାରାୟଣ ପଣ୍ଡା, ବ୍ଳକ ଅଧ୍ୟକ୍ଷ ଲିଙ୍ଗରାଜ ସାହୁ ଓ ମୁଖ୍ୟ ବକ୍ତା ଭାବେ ସୀମାଞ୍ଚଳ ମହାନ୍ତି ପ୍ରମୁଖ ମଞ୍ଚଆସିନ ଥିଲେ ।ଶିଶୁ ହସିଲେ ଦୁନିଆ ହସିବ,ତେଣୁ ଶିଶୁ ମାନଙ୍କ ବିକାଶ ପ୍ରତି ଗୁରୁତ୍ୱ ଦେବା ଉତ୍ସବର ମୁଖ୍ୟ ଆଭିମୁଖ୍ୟ ଥିଲା।ଏହି ଉତ୍ସବରେ ଶିଶୁ ମାନଙ୍କୁ ନେଇ ନାଚ ଗୀତ ସଂଗୀତ ପରିବେଷଣ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତିଷ୍ଠାତା ଲକ୍ଷ୍ମଣ ସାବତ,କମିଟି ସଦସ୍ୟ ବିପ୍ରଚରଣ ରାଉଳ,ସୀତାରାମ ପାଣିଗ୍ରାହୀ, ସରପଞ୍ଚ ଦିଗାମ୍ବର ପାଣିଗ୍ରାହୀ, ଜିଲ୍ଲା ପରିଷଦ ବିଜୟ ବେହେରା, ଓଷ୍ଠା ଜିଲ୍ଲା ସମ୍ପାଦକ ହିମାଂଶୁ ପଟ୍ଟନାୟକ, ସଭାପତି ଭିକାରୀ ଚରଣ ଗୌଡ଼ ,ଉପ ସଭାପତି କୋରା ମହାରଣା, ଓଷ୍ଠା ରାଜ୍ୟ ଇ ସି ସଦସ୍ୟ ତଥା ଗଣେଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷୋଳଘର ରାଜେନ୍ଦ୍ର ପ୍ରସାଦ ସାହୁ , ସ୍ଥାନୀୟ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here