ଗୁରାଣ୍ଡି ଛକ ଠାରେ ରାସ୍ତା ରୋକ

0
186

ଗୁରାଣ୍ଡି ଛକ ଠାରେ ରାସ୍ତା ରୋକ
ପାରଳାଖେମୁଣ୍ଡି , ୧୮/୧୨(ପ୍ରଭାତ ପାତ୍ର)-ଗୋଶାଣୀ ବ୍ଲକ ଆନର୍ଗତ ଗୁରାଣ୍ଡି ଛକ ଠାରେ ପ୍ରଶାସନ କରୁଥିବା ଅନିୟମିତା ଓ ଏଆରଏସଏସ କରୁଥିବା କାମ ଗୁଡିକ ଅଧା ରଖୁଥିବା ପ୍ରତିବାଦ କୁ ନେଇ ଧାରଣ ବସିଛନ୍ତି ଗୁରାଣ୍ଡି ନିକଟ ବିଭିନ୍ନ ଗ୍ରାମ ଲୋକେ । ଗୁରାଣ୍ଡି ରାସ୍ତା ଦେଇ ବିଭିନ୍ନ ରାସ୍ତା ଗୁଡିକ ପୁରା ଖରାପ ହୋଇ ପଡିଛି ଆଉ କିଛି ରାସ୍ତା ଏଆରଆରଏସ କାମ ଅଧା କରି ଅନିଧିଷ୍ଟ ଦିନ ପ୍ରଯନ୍ତ କାମ ନକରିବା ଦ୍ଵାରା ପ୍ରତେକ ଦିନ ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି ଏହି ରାସ୍ତା ରୋକ ରେ ତାଟିପେଟି ଗୁରାଣ୍ଡି ,ଉପଲଡା ଓ ଭୁସକୁଡି ର ଶତାଧିକ ଲୋକ ରାସ୍ତା ଉପରେ ବସିଥିବା ଜଣାପଡିଛି । ଏହିରାସ୍ତା ରୋକ ରେ ଗୁରାଣ୍ଡି ସରପଞ୍ଚ ଜଗନ୍ନାଥ ନାୟକ ସମିତି ମିନା ଶବର ପୂର୍ଣ ରାଉତ , ପ୍ରତାପ ପାତ୍ର, ରବି ରଞ୍ଜନ ରାଉତ , ଗୁରାଣ୍ଡି ଓ୍ବାର୍ଡ ମେମ୍ବର୍ ପ୍ରମୋଦ ଜେନା ପ୍ରମୁଖ ରାସ୍ତ ରୋକ ରେ ସାମିଲ ହୋଇଥିଲେ ଆଗାମୀ ଦିନ ରେ ଏହାର ସମାଧାନ ନକଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟହେବୁ ବୋଲି ଗ୍ରାମବାସୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here