ଗଣ୍ଡଳାରେ ମୋ ଗାଁ ମୋ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ

0
192

ହିଞିଳିକାଟୁ-୨୦/୧୦:- ହିଞିଳିକାଟୁ ବ୍ଳକ ଓ ତହସିଲ ଅନ୍ତର୍ଗତ ଗଣ୍ଡଳା ପଞାୟତ ପରିସରରେ “ମୋ ଗାଁ ରେ ତହସିଲ” ଓ ମୋ ନିବେଦନ କାର୍ଯ୍ୟକ୍ରମ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତହସିଲ କାର୍ଯ୍ୟାଳୟକୁ ଯାଇ ପାରୁନଥିବା ଜନସାଧାରଣଙ୍କ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଭାବେ ବିଭିନ୍ନ ପଟା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀ ନିଜ ପଟ୍ଟା ଓ ବିଭିନ୍ନ ଜମିଜମା ସମସ୍ୟା ପାଇଁ ଏହି କାର୍ଯ୍ୟକ୍ରମ ରେ ଆବେଦନ କରିଥିଲେ l ତହସିଲଦାର ଗୋପୀନାଥ କୁଅଁର ଓ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ ହୋଇଥିଲା। ହିତାଧିକାରୀମାନଙ୍କୁ କିପରି ପଞ୍ଚାୟତ ସମିତିର ସୁବିଧା ଓ ତହସିଲ ଭୁକ୍ତ ସମସ୍ତ ଜମିଜମାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସୁବିଧାରେ ଜାଣିପାରିବେ, ସେଥିପ୍ରତି ଉପସ୍ଥିତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ପଞାୟତର ପ୍ରାୟ ବହୁ ହିତାଧିକାରୀ ବିଭିନ୍ନ ପ୍ରକାର ଫର୍ମ ଆବେଦନ କରିଥିଲେ । ଜନସାଧାରଣଙ୍କୁ “ମୋ ଗାଁ ରେ ତହସିଲ” ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମର ସୂଚୀ ସମ୍ପର୍କରେ ସଚେତନ କରାଇଥିଲେ । ଏଥିରେ ବସୁନ୍ଧରା, ପଟା ,ମ୍ୟୁଟେସନ, ଇ-ପାଉତି, ଗ୍ରାମକଣ୍ଠକ, ମିସଲେନିଏସ, ସାର୍ଟିଫିକେଟ ୧୯(୧) ସିଓଏଲଆର ୮ (A) ସମେତ ସମୁଦାୟ ୮୮ ମାମଲା ଫଇସଲା ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ସମାଧାନ ହୋଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ସ୍ଥାନୀୟ ସରପଞ୍ଚ ଗୌରୀ ସାହୁ ,ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ, ସୁଧାଂଶୁ ସାହୁ(କାଳିଆ) , ରାଜେଶ ସାହୁ, ଆରଆଇ ବେଲଗାଁ, ଭାବନ୍ଧ,ଦୁର୍ବନ୍ଧ,ଶାହାପୁର ଆରଆଇ ସମେତ ସମସ୍ତ ଅମିନ ଓ ତହସିଲ କର୍ମଚାରୀ, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here