ଆଞ୍ଚଳିକ ହର୍ବାଲ ମେଳା ୨୦୧୯ ଗୋପାଳପୁର ରେ ଅନୁଷ୍ଠିତ ହେବ

0
453

 

ବ୍ରହ୍ମପୁର,୨୩/୧୨-ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ସୌନ୍ଦର୍ଯ୍ୟମୟ ସ୍ବାସ୍ଥ୍ୟ ଅନୁକୂଳ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋପାଳପୁର ସମୁଦ୍ର ବେଳା ଭୂମିରେ ଆୟୋଜନ ହେବାକୁ ଯାଉଛି, ଆଞ୍ଚଳିକ ହର୍ବାଲ ମେଳା।ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖ ରେ ଉଦଘାଟନ କରିବେ।ମେଳା ଆୟୋଜନ ର ମୁଖ୍ୟ ଅମ୍ଳାନ ନାୟକ ବ୍ରହ୍ମପୁର ର ବନ ଖଣ୍ଡ ଅଧିକାରୀ ସୂଚନା ଦେଉଛନ୍ତି ଯେ ଓଡ଼ିଶା ର ପଚାଶ ରୁ ଅଧିକ ବୈଦ୍ୟ ଓ ଆୟୁର୍ବେଦ ଡାକ୍ତର ପ୍ରତ୍ୟେକ ଦିନ ଏହି କାର୍ଯ୍ୟ କ୍ରମ ରେ ଭାଗ ନେବା ସହ ପ୍ରତ୍ୟେକ ଦିନ କର୍ମଶାଳା ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଓଡ଼ିଶା ରାଜ୍ୟ ଔଷଧୀୟ ବୃକ୍ଷ ସଂସ୍ଥା ର ପରିକଳ୍ପନା ରୁ ଏହି ମେଳା ଅଧିକ ଲୋକ ପ୍ରିୟ ହୋଇ ହେବା ସହ ଓଡ଼ିଶା ରେ ସୁନାମ ରହିଛି।ଏହି ମେଳା ର ସଂଯୋଜକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଏ ସି ଏ ଫ ଅଶୋକ ବେହେରା ଏ ରାଜା ରାଓ ସୁବୁଦ୍ଧି ପ୍ରମୁଖ ମେଳା ର ଆୟୋଜନ ରେ ପ୍ରମୁଖ ବିଭାଗ ଗୁଡିକ ର ଦାୟିତ୍ଵ ରେ ରହିଛନ୍ତି।ଗୋପାଳ ପୁରରେ ଏହି ମେଳା ଆୟୋଜନ ରେ ଅନେକ ପ୍ରସଙ୍ଗ ଆଲୋଚନା ପାଇଁ ବହୁ ଗବେଷକ ଡାକ୍ତର ଉଦ୍ଭିଦ ବିଜ୍ଞାନୀ ଯୋଗ ଦେବା ପାଇଁ ସ୍ଵୀକୃତି ଦେଇଛନ୍ତି। ପ୍ରତ୍ୟେକ ଅନୁଭବୀ ଆୟୁର୍ବେଦ ଡାକ୍ତର ଙ୍କ ଦ୍ଵାରା ସ୍ବାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ବିଭିନ୍ନ କିସମର ଜଡି ବୁଟି ଓ ଔଷଧୀୟ ଗୁଣ ସମ୍ପନ୍ନ ଚେର୍ ମୂଳ ପ୍ରସ୍ତୁତ ଔଷଧ ବିକ୍ରି ହେବ ବୋଲି ମେଳାର ଆୟୋଜନ ର ମୁଖ୍ୟ ବ୍ରହ୍ମପୁର ଡି ଏଫ୍ ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଗୋପାଳ ପୁର ବେଳାଭୂମି ମହୋତ୍ସବ ସହ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳା ବୁଲି ଆସିବା ସହ ପ୍ରତ୍ୟେକ ଦିନ ଅନୁଷ୍ଠତ କାର୍ଯ୍ୟ କ୍ରମ ର ଭର ପୁର୍ ସୁଯୋଗ ନେବା ପାଇଁ ଆଶା ପ୍ରକାଶ କରିଛନ୍ତି। ଜନ ସାଧାରଣ ଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଷ୍ଟଲ୍ ଗୁଡିକ ରେ ଜଡି ବୁଟି ବିକ୍ରୟ ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here