ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ୯୫ତମ ଜନ୍ମତିଥି ପାଳନ

0
182

ବ୍ରହ୍ମପୁର,୨୫/୧୨-(ବ୍ୟୁରୋ ରିପୋର୍ଟ)ଆଜି ସ୍ଥାନୀୟ କୋର୍ଟପେଟା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସର୍ଦାର ବଲ୍ଲଭ ଭାଇ ପଟେଲ ବହୁମୂଖୀ ସଂଘ ତରଫରୁ ଭାରତ ରତ୍ନ ସ୍ୱାଧୀନତା ସଂଗ୍ରାମୀ ସାମ୍ବାଦିକ ଲେଖକ ସୁବକ୍ତା ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୯୫ ତମ ଜନ୍ମତିଥି ପାଳନ କରାଯାଇଛି ।ତାଙ୍କର ବୈଦେଶିକ ନୀତି ,ସ୍ବର୍ଣ୍ଣ ନକ୍ଷତ୍ର ସଡକ ଯୋଜନା, ଚାଷପ୍ରଣାଳୀ, ସୈନିକ ମାନଙ୍କୁ ମଜବୂତ କରିବା, ରୋଗୀ ମାନଙ୍କୁ ଉଚିତ ସେବା ପ୍ରଦାନ କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା ।ଏଥିରେ ସଂଘ ସଭାପତି ରାମ କୁମାର ପାତ୍ର, କିରଣ କୁମାର ସାହୁ ,ପ୍ରହଲ୍ଲାଦ ପାଣିଗ୍ରାହୀ ,ଅଶୋକ ନିମାଇଁ, ସନ୍ଦେଶ ମଧୁସୁଦନ ସାହୁ ,ହେମନ୍ତ କୁମାର ପଣ୍ଡା ,ସନ୍ଦେଶ ଦାଶ ,ଶରତ ନାୟକ ,କେଶବ ଚନ୍ଦ୍ର ପାଢ଼ୀ ,ଆଲୋକ ଚୌଧୁରୀ ,ରବି ରଣା ,ଜଗମୋହନ ଆଚାରୀ ,ଶ୍ୟାମ ଦୋରା ,ଉଦୟ ନାଥ ବେହେରା ,ହିମାଂଶୁ ପାଢ଼ୀ ,ରବି ଦାଶ ,ସମେତ ବହୁ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here