ରମ୍ଭା ଠାରେ ଦଳିତ ସେନା ଉନ୍ନୟନ ସଂଘର ବୈଠକ

0
199

ରମ୍ଭା ,୨୫/୧୨(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଦଳିତ ସେନା ଉନ୍ନୟନ ସଙ୍ଘର ବୈଠକ ରମ୍ଭା ଠାରେ ଦଳିତ ନେତା ଭୀମସେନ ବେହେରା ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି। ଆମ୍ବେଦକର ଙ୍କ ଫୋଟୋ ଚିତ୍ର କୁ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା। ଏହା ସହିତ ଆଜି ଦିନରେ ୯୫ ତମ ବାଜପେୟୀ ଜନ୍ମ ପାଳନ କରାଯାଇଥିଲା। ଖ୍ରୀଷ୍ଟିମାସ ବା ବଡଦିନ ରେ ଏକ ମହତ୍ୱ କାମ ନେଇ ରମ୍ଭା ଅଂଚଳରେ ସମସ୍ତ ବୁଦ୍ଧିଜୀବୀ ଓ ମହିଳାଙ୍କ ଯୋଗଦାନ କରିଥିଲେ। ଦଳିତ ଗରିବ ପରିବାର, ଭୂମିହୀନ, ଜମିହୀନ, ଗରିବ ଖଟି ଖିଆ, ଦିନ ମଜୁରିଆ କିଭଳି ବଂଚିପାରିବେ ସେ ବିଷୟରେ ମିଞ୍ଚିନିପାଟନା ସଭାପତି ତାରିଣୀ ପାତ୍ର, ଗଞ୍ଜାମ ଯାଦବ ସଙ୍ଘ ସମ୍ପାଦକ ଲକ୍ଷ୍ମଣ ପାତ୍ର, ଯୁବ ନେତା ବିକ୍ରମ ଗୌଡ, ନୀଳକଣ୍ଠ ଦାସ, ଯୋଗ ଗୁରୁ ରବୀନ୍ଦ୍ର ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ ।ଉପଭୋକ୍ତା ଉପେନ୍ଦ୍ର ବାରିକ, ତ୍ରିନାଥ ଗୌଡ, ଭାନୁ ମହାରଣା, ପ୍ରିତି ସାହୁ, ବୁଲୁ ମହାରଣା, , ଅନାଦି ବେହେରା, ନାରାୟଣ ବାରିକ, ଓ ଦିନା ପ୍ରଧାନ ପ୍ରମୁଖ ଶତାଧିକ ମହିଳା ପୁରୁଷ ଯୋଗଦାନ କରି ନିଜର ଅସୁବିଧା ବିଷୟରେ ଆଲୋକପାତ କରିଥିଲେ। ସମସ୍ତ ବୁଦ୍ଧିଜୀବୀ ଲୋକଙ୍କ ବାସ ପାଇଁ ଘର ପାଇଁ ସହଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କରିଥିଲେ। ଆଗାମୀ ଦିନରେ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନ କରାଯିବା ସହ ସଂଗ୍ରାମ କରାଯିବ ବୋଲି ଭୀମସେନ ବେହେରା କହିଥିଲେ ।

LEAVE A REPLY

Please enter your comment!
Please enter your name here