ଗୋପାଳପୁର ବେଳାଭୂମି ମହୋତ୍ସବ ରେ ସାମ୍ବାଦିକ ଙ୍କୁ ଗୋପାଳପୁର ବିଧାୟକ ଙ୍କ ଦୁବ୍ୟବହାର । ଗୋପାଳପୁର ବେଳାଭୂମି ମହୋତ୍ସବ ନା ଦଳୀୟ ମହୋତ୍ସବ ବୋଲି ସାଧାରଣ ରେ ଚର୍ଚ୍ଚା

0
206

ବ୍ରହ୍ମପୁର,୨୬।୧୨-(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ର କଳା ଓ ସଂସ୍କୃତି କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତର ରେ ପହଞ୍ଚାଇବା ସହ ଗୋପାଳପୁର ବେଳାଭୂମି କୁ ପଯ୍ୟଟକ ଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ଯ ରେ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରାଯାଇଥିଏ। ଏହାର ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅହୋରାତ୍ର ସମସ୍ତ ପ୍ରକାର ଚେଷ୍ଟା ଜାରି କରିଥିାନ୍ତି। କିନ୍ତୁ ଆଜିର ସ୍ଥିତି ଏହି ଲକ୍ଷ୍ଯ ଠାରୁ ଦୂରେଇ ଗଲାଣି। ମହୋତ୍ସବ ସଫଳତା ପାଇଁ ସାମ୍ବାଦିକ ଓ ଗଣମାଧ୍ୟମ ର ପ୍ରମୂଖ ଭୂମିକା ରହିଥିବା ହେତୁ ଜିଲ୍ଲା ପ୍ରଶାସନ ମଧ୍ଯ ଗଣମାଧ୍ୟମ ର ସହଯୋଗିତା ପାଇଁ ନିବେଦନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ଗୋପାଳପୁର ବେଳାଭୂମି ମହୋତ୍ସବ ଟି ବିଜେଡି ମହୋତ୍ସବ ରେ ପରିଣତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏହି ମହୋତ୍ସବ ପରିଚାଳନା କରିବା ବଦଳରେ ବିଜେଡି ବିଧାୟକ ଏବଂ ତାଙ୍କର କର୍ମୀ ମାନେ ପରିଚାଳନା କରୁଥିବା ଗତକାଲି ର ଘଟଣା ରୁ ଅନୁମେୟ ହେଉଛି। ଏଠାରେ ଉଲ୍ଲେଖନୀୟ ଯେ, ଗତ କାଲି ବେଳାଭୂମି ମହୋତ୍ସବ ଚାଲିଥିବା ବେଳେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବିଜେଡି ନେତା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବର୍ତ୍ତମାନ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଦୁବ୍ୟବହାର ପ୍ରଦର୍ଶନ କରିବା ସହ ବେଳାଭୂମି ମହୋତ୍ସବ ରେ ସାମ୍ବାଦିକ ଙ୍କ ଆବଶ୍ଯକତା ନାହିଁ ବୋଲି କହିବା କେତେଦୂର ଯୁକ୍ତିଯୁକ୍ତ ,ତାହା ଏବେ ସମୀକ୍ଷା କରିବାର ସମୟ ଆସିଛି। ସାଧାରଣ ଲୋକଙ୍କ ଠାରେ ଖବର ଯୋଗାଇ ଦେବା ଲକ୍ଷ୍ଯ ନେଇ ଦିନ ରାତ୍ରି ଏକ କରିଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ବେଳାଭୂମି ମହୋତ୍ସବକୁ ସାମ୍ବାଦିକଙ୍କ ଆବଶ୍ୟକତା ନାହିଁ ଏବଂ ଆପଣମାନେ ଚାଲିଗଲେ ବେଳାଭୂମି ମହୋତ୍ସବ ଅଧାରେ ବନ୍ଦ ହୋଇଯିବନି ଆପଣ ଯାଇପାରନ୍ତି ବୋଲି ସର୍ବସମୁଖରେ କହିବା ଗୋପାଳପୁର ବିଧାୟକ ଙ୍କ ଉଦ୍ଦତ୍ୟ ପ୍ରକାଶ ପାଉଛି। ଏଠି ସାମ୍ବାଦିକଙ୍କ ଏକତାର ପ୍ରଶ୍ନ ଉଠୁଛି ଏବଂ ଗୋପାଳପୁର ବେଳାଭୂମି ମୋହତ୍ସବ ପାଇଁ ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରେସ କାର୍ଡ ପାସକୁ ଆଜି ସମସ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ବ୍ରହ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ସିନ୍ଧେ ଦତ୍ତlତ୍ରୟ ଭାଓ ସାହେବଙ୍କୁ ମିଳିତ ଭାବେ ସାକ୍ଷାତ କରି ମିଳିଥିବା ପାସକୁ ଫେରାଯାଇଥିବା ସଙ୍ଗେ ଲିଖିତ ମାଧମରେ ଅଭିଯୋଗ ଦିଆଯାଇଥିଲା l ଜିଲ୍ଲାପ୍ରଶାସନ ପକ୍ଷ ରୁ ଚାଲିଥିବା ଗୋପାଳପୁର ଅନ୍ତର୍ଜାତୀୟ ବେଳା ଭୂମି ମହୋତ୍ସବ ବିଜେଡି ଦଳର ନେତାଙ୍କ ସତେ ଯେମିତି ପାରିବା ପଣିଆ ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁବ୍ୟବହାର କରିବା ସହ ସେଠାରୁ ତଡିବାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ହୋଇଛି, ଏତେ ଯେ ଉର୍ଦ୍ଧତ ଏ ନେତା । ଜିଲ୍ଲା ପ୍ରଶାସନ ମଧ୍ୟ ଏପରି ପରିସ୍ଥିତି ରେ ନିରବତା କୁ ମଧ୍ଯ ରାଜନୈତିକ ଦଳର ଗୋଲାମଗିରି କରୁଥିବା ସାଧାରଣ ରେ ଚର୍ଚ୍ଚା ହେଲାଣି।ଏବଂ ହାସ୍ୟାସ୍ପଦ ର ବିଷୟ ଯେ,ସାଧାରଣରେ ଗୋପାଳପୁର ବେଳାଭୂମି ମହୋତ୍ସବ କୁ ବିଜେଡି ଦଳୀୟ ମହୋତ୍ସବର ଆଖ୍ୟା ଦେଇସାରିଛନ୍ତି। ଗତକାଲି ର ଗୋପାଳପୁର ବେଳାଭୂମି ମହୋତ୍ସବ ରେ ହୋଇଥିବା ଏପରି ଅପ୍ରୀତିକର ପରିସ୍ଥିତି କୁ ସାରା ରାଜ୍ଯ ରେ ଏବେ ନିନ୍ଦା କରାଯିବା ସହ ତୁରନ୍ତ ବିଧାୟକ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୂଖ୍ଯମନ୍ତୀ ପଦକ୍ଷେପ ନିଅନ୍ତି ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here