୨୩ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

0
202

ହିଞ୍ଜିଳିକାଟୁ ୨୬/୧୨/୧୯ (ପ୍ରିୟବ୍ରତ ପଣ୍ଡା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଶେରଗଡ ଓ ହିଞିଳି ବ୍ଳକ ମିଳିତ ଭାବେ ଗୁରୁବାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ମହା ଆଡମ୍ବର ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ରଙ୍କ ନେତୃତ୍ୱରେ ବହୁ ବିଜୁ ଜନତା ଦଳର ନେତା ଓ ଶହ ଶହ କର୍ମୀ ଯୋଗ ଦେଇଥିଲେ ।ହିଞିଳିକାଟୁ ପୋୖର ପରିଷଦ ଡାକ ବଙ୍ଗଳା ଠାରେ କର୍ମୀ ମାନେ ଏକତ୍ରିତ ହୋଇ ଦଳୀୟ ପତକା ଧାରୀ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ ।ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ନବୀନ ବାବୁ ଜିନ୍ଦା ବାଦ କରତାଳି ଦେଇ ବିଜୁ ବାବୁ ଅମର ରହେ ସ୍ଲୋଗାନରେ ସହର କମ୍ପିଉଠିଥିଲା।ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଫଳ ବଣ୍ଟନ କରିଥିଲେ ।ସେଠାରୁ ବାହାରି ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଏକ ସଭା ଆୟୋଜିତ ହୋଇଥିଲା ।ସରକାରଙ୍କ ବିଭିନ୍ନ ଜନ ହିତକର ତଥା ଲୋକାଭିମୁଖୀ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ଦ୍ଵାରା ବହୁଳ ମାତ୍ରାରେ ଆଦୃତ ହୋଇପାରିଛି ଯାହା ଫଳରେ ଲଗାତାର ଭାବେ ୫ମ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କ ଆସ୍ଥା ଭାଜନ ପାଇପାରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ମଜବୁତ ନେଇ ସମସ୍ତ ଦଳୀୟ କର୍ମୀଙ୍କୁ ମିଳିମିଶି କାର୍ଯ୍ୟ କରିବା ପାଇଁ ମତବ୍ୟକ୍ତ କରିଥିଲେ।ଏହି ଉତ୍ସବ ଦିବସରେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ନଗର ପ୍ରତିନିଧି ସଞ୍ଜୟ ପଣ୍ଡା,ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ପୂର୍ବତନ ବିଧାୟକ ହରି ସାହୁ,ନଗର ସଭାପତି ଭୀମସେନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ,ଡି ବିଶ୍ୱନାଥ, ଆତ୍ମା ଅଧ୍ୟକ୍ଷ ଏ.ସୁଦର୍ଶନ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ,ଅଜୟ କୁମାର ମହାରଣା, କିରଣ କୁମାର ପଟ୍ଟନାୟକ, ନୀଳମଣି ପଟନାୟକ, ପ୍ୟାରୀମୋହନ ପାଢ଼ୀ,ଶରତ ସାବତ, ସବୀର ପଣ୍ଡା, ଶେରଗଡ ବ୍ଳକ ଅଧ୍ୟକ୍ଷ ବାବୁଲା ଚୌଧୁରୀ, ବ୍ଳକ ସଭାପତି ବିଶ୍ୱନାଥ ପାତ୍ର, ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସମେତ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଛାତ୍ର ବିଜେଡି ସଦସ୍ୟ, ବିଜୁ ଯୁବ ବାହିନୀ ସଦସ୍ୟ ଏବଂ ଶତାଧିକ ବିଜେଡି କାର୍ମୀଙ୍କ ସହ ବିଜୁ ପ୍ରେମୀ ଓ ନବୀନବାବୁ ପ୍ରେମୀ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here