ଗଞ୍ଜାମ ଜିଲ୍ଲା ଚିକିଟି ଜମିଦାରୀ ର ଶେଷ ରାଜା, ତଥା ରାଜତନ୍ତ୍ର ଯୁଗରେ ରାଜତ୍ଵ କରୁଥିବା ଓଡିଶାର ଶେଷ ରାଜା ଶ୍ରୀ ସଚ୍ଚିଦାନନ୍ଦ ରାଜେନ୍ଦ୍ର ଦେବ ଙ୍କ ଆଜି ୯୮ ବର୍ଷ ବୟସରେ ପରଲୋକ

0
269

ବ୍ରହ୍ମପୁର,୨୭/୧୨(ବ୍ୟୁରୋ ରିପୋର୍ଟ)- ଆଜି ଚିକିଟି ରାଜା ତଥା ଚିକିଟି ବିଧାନସଭା ର ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନ ଚିକିଟି ବିଧାୟକା ଶ୍ରୀମତୀ ଉଷାରାଣୀ ଦେଓ ଙ୍କ ଶ୍ବଶୁର ସଚ୍ଚିଦାନନ୍ଦ ଦେଓ ଙ୍କ ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜା ୧୫/୧୦/୧୯୨୩ ମସିହା ରେ ରାଜା ଗୋୖର ଚନ୍ଦ୍ର ଦେଓ ଓ ରାଣୀ ଲଳିତ ମଞ୍ଜରୀ ଙ୍କ କୂଳ ମଣ୍ଡଳ କରିଥିଲେ । ବାଲ୍ୟ କାଳରୁ ଖେଳକୁଦ ପ୍ରକୃତି ପ୍ରେମୀ ହିସାବ ରେ କିଶୋର ଜୀବନ ଅତିବାହିତ କରି ଥିବା ବେଳେ ମାଟ୍ରିକ୍ ପାସ ପରେ ବଗିଚା ତିଆରି କରିବାକୁ ତାଙ୍କର ରୁଚି ସହ ଫୋଟ ଉତ୍ତେଳନ ସାର୍ଫ୍ ମ୍ୟାଜିକ୍ ଏଥି ସହିତ ଟେନିସ ଖେଳରେ ମଧ୍ୟ କୃତଜ୍ଞତା ହାସଲ କରିଥିଲେ । ପରେ ପରେ ରାଜେନ୍ଦ୍ର ସାହିତ୍ୟ ପରିଷଦ ଚିକିଟି ର ସଭାପତି ରୁପେ ଯୋଗ ଦେଇ ସାହିତ୍ୟକ ମାନଙ୍କ ଗୁଣଗାରିମା ଓ ନାଟ୍ୟ କଳାକୁ ବହୁ ପରିମାଣ ରେ ପ୍ରଶଂସା କରାଇ ଖ୍ୟାତି ନାମ ଅର୍ଜନ କରିଥିଲେ । ପରେ ପରେ ରାଜତନ୍ତ୍ର ରୁ ବାହାରି ଗଣତନ୍ତ୍ର ଶାସନ ରେ ପାଦ ଦେଇ ଚିକିଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ରୁପେ ୧୯୪୫-୪୭ ମସିହା ରେ ବିଜୟ ହାସଲ କରିଥିଲେ । ଶ୍ରୀ ସଚ୍ଚିଦାନନ୍ଦ ଦେଓ ଚିକିଟି ନିର୍ବାଚନ ମଣ୍ଡଳୀ ରୁ ୬ଷ୍ଠ ବିଧାନସଭା କୁ (୧୯୭୪ ରୁ ୧୯୭୭ ପର୍ଯ୍ୟନ୍ତ)ପ୍ରତିନିଧିତ୍ଵ କରିଥିଲେ। ଲୋକଙ୍କ ସେବା କୁ ଆପଣାଇ ୧୯୭୧ ମସିହା ରେ ଭାରତୀୟ ଜାତୀୟ କଂଗ୍ରେସ ଚିକିଟି ସଭାପତି ରୁପେ ମନୋନିତ ହୋଇଥିଲେ । ଇତି ମଧ୍ୟରେ ୧୯୪୨ ରେ ରାଜକବି ରାଧାମୋହନ ବିଦ୍ୟାପିଠ ସ୍ଥାପନ ୧୯୫୭ ରେ ଚିକିଟି ମେଡ଼ିକାଲ ସ୍ଥାପନ , ୧୯୬୫ ରେ ରାଜଲକ୍ଷ୍ମୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଗୁରୁ ତାଲିମ କେନ୍ଦ୍ର ଅନୁଷ୍ଠାନ ପ୍ରତିଷ୍ଠା କରି ରାଜା ପରିଚୟ ପ୍ରଦାନ ପୂର୍ବକ ଥିଲେ । ତାଙ୍କର ମୄତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here