ମହିଳା ଭାରତ୍ତୋଳନ ଦଳ ର ତାମିଲନାଡୁ ଗସ୍ତ

0
270

 

ବ୍ରହ୍ମପୁର, ୨୭/୧୨-(ବ୍ୟୁରୋ ରିପୋର୍ଟ) ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର ୪ଜଣିଆ ମହିଳା ଭାରତ୍ତୋଳନ ଦଳ ସର୍ବଭାରତୀୟ ଇଣ୍ଟର- ୟୁନିଭରସିଟି ଓ୍ବୋଟ ଲିପ୍ଟିଂ ପ୍ରତିଯୋଗିତା (ମହିଳା) ସକାଶେ ଗୁରୁବାର ଦିନ ତାମିଲନାଡୁ ଗସ୍ତ କରିଛନ୍ତି। ତିରୁନେଲଭେଲ୍ଲି ସ୍ଥିତ ଏମ. ସୁନ୍ଦରନାର ବିଶ୍ବବିଦ୍ୟାଳୟ ରେ ଆସନ୍ତା ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନ୍ ହେବାକୁ ଯାଉଛି। ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ନିକିତା କୁମାରୀ ପଣ୍ଡା ଓ ଭାଗ୍ୟ ଶ୍ରୀ ପଣ୍ଡା ଦଳରେ ସାମିଲ୍ ହୋଇଛନ୍ତି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦ ର ସଂପାଦକ ଡଃ ମନୋଜ କୁମାର ପଣ୍ଡା, ସହ ସଂପାଦକ ମହେନ୍ଦ୍ର କୁମାର ବେହେରା, ତପନ କୁମାର ସିଂ ନାୟକ, ଡଃ ସୁନୀଲ କୁମାର ବେହେରା, ଡଃ ବନ୍ଦିତା କୁମାରୀ ପଣ୍ଡା ପ୍ରମୂଖ ଖେଳାଳୀ ମାନଙ୍କୁ ଜାତୀୟ ପ୍ରତିଯୋଗିତା ରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here