ମାଗଣ କ୍ୟାନ୍ସର ନିରୂପଣ ଓ ସଚେତନତା ଶିବିର

0
195

 

ହିଞିଳିକାଟୁ ୨୭/୧୨(ପ୍ରିୟବ୍ରତ ପଣ୍ଡା)- ସ୍ଥାନୀୟ ପୋୖର ପରିଷଦ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ତ୍ରିରଙ୍ଗା ସେବା ସଙ୍ଘ ଓ ଏଚ. ସି. ଜି ପଣ୍ଡା ହସ୍ପିଟାଲ ର ମିଳିତ ଆନୁକୂଲ୍ୟ ରେ ମାଗଣା କ୍ୟାନ୍ସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ ଶିବିର ଅନୁଷ୍ଠାନର ଉପସଭାପତି ପ୍ରଭାତ ମହାରଣା ଓ ସମ୍ପାଦକ କିରଣ ପୃଷ୍ଟି ଡ଼. ରଂଜିତ କର (ଏମ ଡି କ୍ୟାନ୍ସର) ଙ୍କୁ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ କରିଥିଲେ ।ଡ଼. ବୃନ୍ଦାବନ ମିଶ୍ର, ଡ଼. ରଞ୍ଜିତ କର ଓ ତ୍ରିରଙ୍ଗା ସେବା ସଙ୍ଘ ର ସଭାପତି ରଞ୍ଜନ କୁମାର ସାହୁ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ ।କ୍ୟାନ୍ସର ଭଳିଆ ଦୂରା ରୋଗ୍ୟ ରୁ ଆରୋଗ୍ୟ ଲାଭ କରି କେମିତି ସାଧାରଣ ଜୀବନ ବିତାଉଛନ୍ତି ଏ ବିଷୟରେ ନିଜସ୍ୱ ଅନୁଭୂତି ଡ଼. ବୃନ୍ଦାବନ ମିଶ୍ର ସମସ୍ତଙ୍କୁ କହିଥିଲେ। କେଉଁ କେଁଉ ଉପାୟ ଅବଲମ୍ୱନ କରି ଏହି ରୋଗ ଦାଉରୁ ମୁକ୍ତି ଲାଭ କରିହେବ ସେ ବିଷୟରେ କ୍ୟାନ୍ସର ସ୍ପେଶାଲିଷ୍ଟ ଏମ୍. ଡି ରଞ୍ଜିତ କର ସମସ୍ତଙ୍କୁ ସଚେତନ କରାଇଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ୫୮ ଜଣ କ୍ୟାନ୍ସର ରୋଗୀ ରେଜିଷ୍ଟ୍ରସନ କରାଇ ମାଗଣା ଚିକିତ୍ସା ର ଲାଭ ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଘର ସିପୁନ ପାଠୀ, କାହ୍ନୁ ଗୌଡ଼, ସରୋଜ ପାତ୍ର,ପ୍ରିତମ ସାହୁ, ଶିବଶମ୍ଭୁ ଗୌଡ଼,ଅନାଦି ପାଣିଗ୍ରାହୀ,ନିରଞ୍ଜନ ସାହୁ, ଶିବ ବାଡତ୍ୟା,ସୁମନ ସାହୁ ପ୍ରମୁଖ ସହଯୋଗ କରିଥିଲେ ଓ ଶେଷରେ ସହ ସମ୍ପାଦକ ବିଘ୍ନଜିତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here