ଅସହାୟ ଙ୍କୁ ଉଦ୍ଧାର, ଟିମ୍ କ୍ଲିନ ସିଟି ର ୫୫ତମ ଉଦ୍ଧାର କାର୍ଯ୍ୟ

0
199

ବ୍ରହ୍ମପୁର,୨୯/୧୨-ମାନବ ସେବା ହିଁ ମାଧବ ସେବା ଏହା କଥା ରେ ନୁହେଁ କାର୍ଯ୍ୟରେ ପରିଣତ କରିଛନ୍ତି ଟିମ କ୍ଲିନ ସିଟି।ହଳଦିଆ ପଦର ଠାରେ ଥିବା ବ୍ରହ୍ମପୁର ର ନୂତନ ବସଷ୍ଟାଣ୍ଡ ନିକଟରେ ଏକ ଅସହାୟ ମାନସିକ ବିକୃତ ବ୍ୟକ୍ତି ବହୁତ ଦିନ ହେଲା କିଛି ନ ଖାଇ , ନ ଗାଧେଇ ଅସୁସ୍ଥ ଅବସ୍ଥାରେ ପଡିଥିଲେ। ବ୍ରହ୍ମପୁର ର ଟିମ କ୍ଲିନ ସିଟି ଏହାର ଖବର ପାଇ ଆସିଥିଲେ ଓ ସେମାନେ ସେହି ଅସହାୟ ବ୍ୟକ୍ତି କୁ ଉଦ୍ଧାର କରି ପ୍ରଥମେ ସେ ପିନ୍ଧିଥିବା ମଇଳା ଵସ୍ତ୍ର ବାହାର କରି ତାଙ୍କର ଚୁଟି କଟାଯାଇ ସାବୁନ ଓ ସାମ୍ପୁ ରେ ସଫା କରି ଗାଧେଇ ଥିଲେ ତାପରେ ତାଙ୍କୁ ନୂଆ ପେଣ୍ଟସାର୍ଟ ପିନ୍ଧାଇଥିଲେ ତାପରେ ତାଙ୍କୁ ଖାଇବାକୁ ଦେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଦେଖି ଅଞ୍ଚଳ ବାସୀ ଟିମ କ୍ଲିନ ସିଟି ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହା ତାଙ୍କର ୫୫ ତମ ଉଦ୍ଧାର କାର୍ଯ୍ୟକ୍ରମ ବୋଲି ଶ୍ରୀ ଶକ୍ତିଧର ରାଜଗୁରୁ ତାଙ୍କ ମତ ପ୍ରକାଶ କରିଛନ୍ତି। ତାଙ୍କ ସହ ରାଜେଶ କୁମାର ସାହୁ, ଅମ୍ଭୁଜା ସାହୁ, ରାମଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଆୟେଶା ମିଶ୍ର ଙ୍କ ସହ ଋିଷୀ ମିଶ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here