ରାଜ୍ୟ ରେ ଶୀତ ର ଲହରି ଜାରୀ, ରାଜ୍ୟ ର ୧୫ ଟି ସହର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି

0
181

ଭୂବନେଶ୍ୱର,୨୯/୧୨(ବ୍ୟୁରୋ ରିପୋର୍ଟ) ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଲହରି ଜାରି। କେନ୍ଦୁଝର ମୁକୁନା, ବାଉରୀପଦା, ତଣ୍ଡୀଯୋଡ଼ା, କାଞ୍ଜିପାଣି, ବଲାଣୀ, କିରିବୁରୁରେ ବରଫର ଆସ୍ତରଣ । ଏହା ସହ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଆଜି ସେଠାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା।
ସେପରି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୫, ଦାରିଙ୍ଗିବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗିରରେ ୮, ବାଲେଶ୍ୱରରେ ୮.୬, କଟକରେ ୮.୮, ସୁନ୍ଦରଗଡ଼ରେ ଓ ବାରିପଦାରେ ୯ ଏବଂ କୋରାପୁଟରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here