ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ଯବ୍ରତ ସତ୍ୟବ୍ରତ ଭୋଇଙ୍କ ହିଞ୍ଜିଳିକାଟୁ ଥାନା ଅଚାନକ ପରିଦର୍ଶନ

0
273

ହିଞିଳିକାଟୁ , ୫/୧/୨୦୨୦(ପ୍ରିୟବ୍ରତ ପଣ୍ଡା) ହିଞିଳି ପୋଲିସ ଥାନାକୁ ଅଚାନକ ରବିବାର ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ପହଞ୍ଚି ଥାନା ପରିଦର୍ଶନ କରିଥିଲେ ।ପ୍ରଥମେ ଥାନାର ପରିସୀମା ବୁଲି ଦେଖିବା ସହ କ୍ରାଇମ ଫାଇଲ ଓ ସମସ୍ତ ରେକର୍ଡ ସମୀକ୍ଷା କରିଥିଲେ ।କାର୍ଯ୍ୟରତ ଅଧିକାରୀ ସମେତ ଏ ଏସ ଆଇ , ହାବିଲଦାର, କନଷ୍ଟେବଲ ଓ ହୋମଗାର୍ଡ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।କର୍ମଚାରୀ ମାନେ କେତେ ଷ୍ଟାଫ କ୍ୱାଟରରେ ରହୁଛନ୍ତି ଓ କେତେ କର୍ମଚାରୀ ଭଡା ଘରେ ରହୁଛନ୍ତି ସେମାନଙ୍କ ବ୍ୟବସ୍ଥା ବୁଝିଥିଲେ ।ଥାନା ପରିସର ପରିଷ୍କାର ଓ ପରିଛନ୍ନତା ଦେଖି ଥାନା ଅଧିକାରୀଙ୍କ ଏହି ସ୍ୱଚ୍ଛତାକୁ ସନ୍ତୋଷ ବ୍ୟକ୍ତ କରିଥିଲେ ।ଡ଼ିଆଇଜି ଭୋଇଙ୍କ ଗ୍ରସ୍ତ ବେଳେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ଆଇଆଇସି ଅଭିମନ୍ୟୁ ଦାସ,ସମସ୍ତ ଏ ଏସ ଆଇ ଙ୍କ ସମେତ ହାବିଲଦାର ଓ କନେଷ୍ଟବଲ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here