ମହୁରୀ ତାଲୁକା ତୈଲିକ ବୈଶ୍ୟ ସମାଜ ପକ୍ଷ ରୁ ସାଂଗଠନିକ ବୌଠକ ଅନୁଷ୍ଠିତ

0
263

ବ୍ରହ୍ମପୁର,୦୫/୦୧/୨୦୨୦(ବ୍ୟୁରୋ ରିପୋର୍ଟ)ସ୍ଥାନୀୟ ବଡ ବଜାର ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ମହୁରୀ ତାଲୁକା ତୈଲିକ ବୈଶ୍ୟ ସମାଜ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତିକୁ ଅଧିକ ସଂଗଠିତ କରିବା ସହ ଭବିଷ୍ୟତରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟରେ ସାମିଲ ହେବା ନେଇ ଆଲୋଚନା ହୋଇଥିଲା। ତେଲି ଜାତିର ପୂର୍ବ ପୁରୁଷ ମାନେ ବିଭିନ୍ନ ଉଚ୍ଚ ପଦବୀରେ ରହିବା ସହ ସମାଜ ପାଇଁ ବହୁ ଦାନ କରିଛନ୍ତି ସେ ଗୁଡିକ କିଭଳି ଲୋକେ ଜାଣିବେ ତାହା ନେଇ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିଲା। ଏଥିସହ ଜାତି ପକ୍ଷରୁ ପ୍ରତିବର୍ଷ ଭଳି ହେଉଥିବା ପହିଲି ଭୋଗ ଏଥର 53 ବର୍ଷର ପଦାର୍ପଣ କରିଥିବାରୁ ଏହାକୁ କିଭଳି ସଠିକ ଭାବେ କରାଯିବ ସେଥି ନିମନ୍ତେ ଦାୟୀତ୍ୱ ବଣ୍ଟନ କରାଯାଇଥିଲା। ପହିଲି ଭୋଗରେ ୨୨ ତାଲୁକାର ଜାତି ଭାଇଭଉଣୀ ମାନେ ଯୋଗ ଦେବା ସହ ଏହି ବର୍ଷ ସିବିଏସଇ, ଆଇସିଏସି ଓ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ତେଲି ଜାତିର ପୁଅ ଓ ଝିଅଙ୍କୁ ପୁରସ୍କୃତ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଥିଲା।ଏହା ସହ ଆସନ୍ତା ୧୧ ତାରିଖ ରେ ପୋହିଲି ଭୋଗ ଆୟୋଜନ ପାଇଁ ସ୍ଥିର କରାଯାଇଛି।ଏହି ବୈଠକରେ ଭଗବାନ ସାହୁ, ବିଜୟ ଚନ୍ଦ୍ର ସାହୁ, ରବି ନାରାୟଣ ସାହୁ, ଭଗବତୀ ସାହୁ, ଗୋବିନ୍ଦ ସାହୁ, ଡମ୍ବୁରୁ ସାହୁ, ମଧୁସୂଦନ ବେହେରା, ଦେବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here