ଗୋପିନାଥ ଗଜପତିଙ୍କ ପାର୍ଥବ ଶରୀର ପଞ୍ଚଭୂତରେ ଲୀନ ହେଲା।

0
176

ପାରଳାଖେମୁଣ୍ଡି, ୧୦/୦୧/୨୦୨୦(ପ୍ରଭାତ ପାତ୍ର)- ପାରଳାଖେମୁଣ୍ଡି ମହାରାଜା ଗୋପିନାଥ ଗଜପତି ନାରାୟଣ ଦେବଙ୍କ ପାର୍ଥବ ଶରୀର ଗଜପତି ପରିବାରର ରାଜ ସ୍ମଶାସନରେ ପଞ୍ଚଭୂତରେ ଲୀନ ହେଲା। ଷ୍ଟେଟ ଅନର ସହ ଦଶରାଉଣ୍ଡ ଭାଙ୍କା ଗୁଳି ଚାଳନା ପରେ ପାରଳା ଜଗନ୍ନାଥ ମନ୍ଦିର ସେବକ ରାମଚନ୍ଦ୍ର ଭୁକ୍ତାଙ୍କ ଦ୍ୱାରା ମୁଖାଅଗ୍ନି ଦିଆଯାଇଥିଲା। ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ଫରେଷ୍ଟ ଛକ ନିକଟରେ ଗଜପତିଙ୍କ ପାର୍ଥବ ଶରୀର ପହଞ୍ଚିବା ପରେ ହଜାର ହଜାର ଲୋକଙ୍କ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ରାଜପ୍ରାସାଦର ଦକ୍ଷିଣ ଦ୍ୱାରକୁ ଅଣାଯାଇଥିଲା। ସେଠାରେ ହଜାର ହଜାର ଲୋକ ମହାରାଜାଙ୍କ ଦର୍ଶନ କରିବା ପରେ ପାର୍ଥବ ଶରୀରକୁ ରାଜ ପରିବାରର ସ୍ମଶାସନରେ ନିଆଯାଇଥିଲା। ଅନ୍ତମ ସଂସ୍କାର ପୂର୍ବରୁ ପାର୍ଥବ ଶରୀରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମକେଶରୀ ଆରୁକ ଜାତୀୟ ପତାକା ପାର୍ଥବ ଶରୀରରେ ଘୋଡାଇ ଫୁଲତୋଡ ଦେଇ ଶେଷ ମମ୍ମାନ ପ୍ରଦାନ କରିଥିଲେ। ପରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ପାରଳା ସ୍ବାଭିମାନ ମଞ୍ଚର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପଗୁଚ୍ଛ ଦେଇ ପାର୍ଥବ ଶରୀରକୁ ଶେଷ ସମ୍ମାନ ପ୍ରଦାନ କରିଥିଲେ। ଏଠାରେ ଉଲେକ୍ଷ ଯୋଗ୍ୟ ଯେ ଗୋପିନାଥ ଗଜପତି ବିଗତ ମେ ମାସ ୨୭ ତାରିଖ ୧୯୭୪ରେ ପାରଳାଖେମୁଣ୍ଡି ମହାରାଜା ଭାବେ ରାଜ ଅଭିଷେକ ହୋଇଥିଲା। ପରେ ସେ ୨ ଥର ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଗତ ୪ ବର୍ଷ ତଳେ ତାଙ୍କ ଶରୀର ଗୁରୁତ୍ବର ଭାବରେ ଅସୁସ୍ଥ ହେବା ଯୋଗୁଁ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରଥମେ ଚେନ୍ନାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ସେଠାରୁ ଭୁବେନଶ୍ବର ଆପୋଲୋ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଗତ କିଛି ଦିନ ଭୁବନେଶ୍ୱର ମେଡିକାଲ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାର ଆସିୟୁରେ ଭର୍ତି ହୋଇ ଚିକିତ୍ସା ଚାଲିଥିଲା। ଆଜି ଭୋର ୪:୧୯ ମିନଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ମୃତ ଶଯା ନିକଟରେ ତାଙ୍କର ଏକ ମାତ୍ର କନ୍ୟା ଯୁବରାଣୀ କଲ୍ୟାଣୀ ଦେବି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here