ବେଗୁନିଆପଡା ଠାରେ ଏସବିଆଇର ନୂତନ ଶାଖା ଉଦଘାଟିତ l

0
154

ଗଞ୍ଜାମ, ୧୦.୦୧.୨୦୨୦ :(ଟୁକୁନା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ସ୍ଥିତ ପରିବା ବଜାର ନିକଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ନୂତନ ଶାଖା ଆଜି ଉଦଘାଟିତ ହୋଇଯାଇଛି l ଉକ୍ତ ଉଦ୍ଘାଟନୀ ଉତ୍ସବରେ ଏସବିଆଇର ଭୁବନେଶ୍ୱର ସର୍କଲ  ଚିଫ୍ ଜେନେରାଲ ମ୍ୟାନେଜର ଶ୍ରୀମତୀ ପ୍ରବୀଣା କଳା ମୁଖା ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜେନେରାଲ ମ୍ୟାନେଜର ବିଜୟ କୁମାର ,  ମ୍ୟାନେଜର ସିଏଲଏନ ଚାରୁଲୟା, ଡିଜିଏମ ଶାକ୍ୟ ସିହ୍ନା ବୈରାଗୀ, ରିଜୋନାଲ ମ୍ୟାନେଜର କାଶୀ ବିଶ୍ୱନାଥ ଦାସ, ବେଗୁନିଆପଡା ବ୍ରାଞ୍ଚ ମ୍ୟାନେଜର ଅର୍ଜୁନ ପାତ୍ର, ସରପଞ୍ଚ ଅରୁଣ ମାଝୀ, ସମିତି ସଭ୍ୟ ନାରାୟଣ ବେହେରା ସମେତ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ତରଫରୁ ବ୍ୟାଙ୍କ ପରିସରରେ ଚାରା ରୋପଣ କରିବା ସହ ଏହି ଶାଖା ସ୍ଥାପନ କରିବାରେ ମୁଖ୍ୟ ଭୂମିକା ଲିଭାଇ ଥିବା ପାଞ୍ଚ ଜଣଙ୍କୁ ସମ୍ମାନିତ କରାଯାଇଥିଲା l ସେମାନେ ହେଲେ ବିଡିଓ ପ୍ରଦୀପ କୁମାର ପଣ୍ଡା, ସରପଞ୍ଚ ଅରୁଣ କୁମାର ମାଝୀ, ସମିତି ସଭ୍ୟ ନାରାୟଣ ବେହେରା, ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼ ଏବଂ ପୂର୍ବତନ ସରପଞ୍ଚ ଲଷ୍ମୀ ପାତ୍ର l ଶେଷରେ ବ୍ରହ୍ମପୁରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l

LEAVE A REPLY

Please enter your comment!
Please enter your name here