ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।

0
217

 

ହିଞିଳିକାଟୁ ,୧୦/ଜାନୁୟାରୀ/୨୦୨୦:(ପ୍ରିୟବ୍ରତ ପଣ୍ଡା)ସ୍ଥାନୀୟ ପୋୖର ପରିଷଦ ସ୍ଥିତ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୋୖର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ଏହି ଆୟୋଜିତ କାର୍ଯ୍ୟକ୍ରମକୁ ବିଇଓ ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ମଞ୍ଚଆସିନ ଥିବାବେଳେ ସମ୍ମାନିତ ଅତିଥି ରୂପେ ଏବିଇଓ ବିଶ୍ୱନାଥ ମହାରଣା,କମିଟି ସଭାପତି ଅଜୟ କୁମାର ପାଠୀ, ପ୍ରାକ୍ତନ ଶିକ୍ଷକ ଏସ କ୍ରିଷ୍ଣା ରାଓ ଉପସ୍ଥିତ ଥିଲେ ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରି ଙ୍କୁ ଅତିଥିଙ୍କ ଦ୍ଵାରା ପୋଷାକ ବିତରଣ କରଯାଇଥିଲା ।ବାର୍ଷିକ କ୍ରୀଡ଼ା କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ସର୍ବଶେଷରେ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଶିକ୍ଷାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ରଜନୀକାନ୍ତ ସାହୁ,ତପନ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here