ଡକାୟତି ଉଦ୍ୟମ ପଣ୍ଡ,ପାଞ୍ଚ ଗିରଫ, ଜଣେ ଫେରାର୍ ,ଚାରୋଟି ଅଫୁଟା ବୋମା,ଖଣ୍ଡାଭୁଜାଲି ଓ ଦୁଇଟି ମୋଟରସାଇକଲ ଜବତ ।

0
204

 

ବେଲଗୁଣ୍ଠା-୧୦/୦୧/୨୦ –ଏକ ବଡ ଧରଣର ଡକାୟତି ଉଦ୍ୟମ କୁ ପଣ୍ଡ କରିଛି ଗାଙ୍ଗପୁର ପୋଲିସ ।ଗତ ରାତ୍ରି୩.୨୦ମିନିଟ ସମୟରେ ଗାଙ୍ଗପୁର ଥାନା ଏସ୍.ଆଇ ପ୍ରମୋଦ ବେହେରା ପେଟ୍ରୋଲିଂ କରୁଥିବା ବେଳେ ସୋମନାଥ ପଲ୍ଲୀ ନିକଟରେ ରାସ୍ତା କଡରେ ଥିବା ସନ୍ଦେହ ଜନକ ଭାବେ ଦୁଇଟି ମୋଟରସାଇକଲକୁ ଦେଖି ସନ୍ଦେହ ବଢିଥିଲା । କିଛି ଦୁରରେ ଏକ ବୁଦା ମୁଳେ ସିରିଜ୍ ଡକାୟତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଆତର୍କିତ ଭାବେ ଚଢ଼ାଉ କରିଥିଲା ।ସେଠାରୁ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଧରିଥିବାବେଳେ ତାର୍ ସିଂ ଥାନା କୃଷ୍ଣ ପଲ୍ଲୀ ଗ୍ରାମର ଡାକ ନାୟକ(୨୧) ଫେରାର୍ ହେବାରେ ସକ୍ଷମ ହୋଇଯାଇଥିଲା ।ପାଞ୍ଚ ଜଣକୁ ପୋଲିସ ଆଜି ଭଞ୍ଜନଗର କୋର୍ଟ ଚାଲାଣ କରିଛି ।ସେମାନେ ହେଲେ ଭଞ୍ଜନଗର ଥାନା ବାଉଁଶ ଲୁଣ୍ଡି ଗ୍ରାମର ବଳରାମ ନାଇକ ଓରଫ ବଳିଆ (୨୦),ବାଉଁଶ ଲୁଣ୍ଡି ର ତୋଫାନ ସେଠୀ(୧୯),ଗାଙ୍ଗପୁର ଥାନା ଷଢ଼ଙ୍ଗିପଲ୍ଲୀର ଜଗା ନାୟକ(୨୮),ଧରାକୋଟ୍ ଥାନା ଢ଼ଉଗାଁର ମୁକେଶ ପାଢ଼ୀ ଓରଫ କାଳିଆ(୨୫),ଭଞ୍ଜନଗର ର ଏମ୍.ଡି ଇମ୍ରାନ୍ ଏମୋ (୨୮) ।ଏମାନଙ୍କ ଠାରୁ ଚାରୋଟି ସୁତୁଲି ଭିଡା ଜୀବନ୍ତ ବୋମା, ଗୋଟିଏ ଖଣ୍ଡା,ଏକ ତେଲେଙ୍ଗ କାତି, ଗୋଟିଏ ଭୁଜାଲି, ତିନୋଟି ମରିଚ ଗୁଣ୍ଡ ପକେଟ, ପାଞ୍ଚଟି ମୋବାଇଲ,ଗୋଟିଏ ମଦ ବୋତଲ,ପାଣି ପାଉଚ୍,ଗ୍ଲାସ,ଗୋଟିଏ ଧଳା ରଙ୍ଗର ପଲସର (ଓଆର୦୭ଟି୨୧୪୮),ହିରୋ ଏଫ୍ଏକ୍ସ ସିଡ଼ି ଡିଲକ୍ସ (ଓଡି୩୨ବି୬୩୫୦) ଜବତ କରାଯାଇଛି ।ଏମାନେ ଗୋଟିଏ ରାତିରେ ତିନୋଟି ଜାଗାରେ ଡକାୟତି ଯୋଜନା କରିଥିବା ଜେରାବେଳେ ପ୍ରକାଶ କରିଥିବା ପୋଲିସ କହିଛି ।ଏନେଇ ଗାଙ୍ଗପୁର ଥାନା କେସ ନଂ ୫/୨୦ରେ ଏକ ଡକାୟତି ମାମଲା ରୁଜୁ କରାଯାଇ ଏସ୍.ଆଇ ଅଜିତ କୁମାର ପରିଡା ମାମଲାର ତଦନ୍ତ ଭାର ନେଇଥିବା ଥାନାଧିକାରୀ ଗିରିଶ କୁମାର ଦାସ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉ କି ଏମ୍ ଡି ଇମ୍ରାନ୍ ନାମରେ ପୁର୍ବରୁ ଭଞ୍ଜନଗର ଥାନାରେ ବୋମ୍ବାଡିଙ୍ଗ୍ ମାମଲା ରହିଥିବା ବେଳେ ବଳରାମ ନାମରେ ମଧ୍ୟ ପୁର୍ବରୁ ବିଭିନ୍ନ ମାମଲା ରହିଥିବା ଆଇଆଇସି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here