ଜିଲ୍ଲା ସ୍ତରୀୟ ପଲ୍ଲିଶ୍ରୀମେଳା ଉଦଘାଟିତ

0
179

 

ପାରଳାଖେମୁଣ୍ଡି, ୧୧/୦୧/୨୦୨୦(ପ୍ରଭାତ ପାତ୍ର)-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ସ୍ତରୀୟ ପଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ପୂର୍ବରୁ ମହାରାଜା ଗୋପିନାଥ ଗଜପତିଙ୍କ ପ୍ରତିମୁର୍ତିରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଶ୍ରଦ୍ଧାଞ୍ଜଳିଦେଇ ଏହି ପଲିଶ୍ରୀ ମେଳାକୁଉଦ୍ଘାଟନ କରିଥିଲେ। ଏହି ପଲିଶ୍ରୀ ମେଳା ଦ୍ଵାରା ଜିଲ୍ଲା ଓ ବାହାରେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ଲାଭ ବିନ ହେବ ସହ ସେମାନଙ୍କ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଲୋକେଙ୍କ ପାଖରେ ପହଞ୍ଚାଇବାରେ ସାହୟକ ହୋଇପାରିବ ବୋଲି କହିଥିଲେ ଜିଲ୍ଲାପାଳ। ଏହି କାର୍ଯ୍ୟକ୍ରମ ଚାରି ଦିନ ଧରି ଚାଲୁରହିବ। ଏହି ମେଳା ପ୍ରଦର୍ଶନ ନିମନ୍ତେ ୨୩୦ ଗୋଟି ଷ୍ଟଲ ଖୋଲାଯାଇଛି। ସେଥିମଧ୍ୟରୁ ୧୦୦ ଗୋଟି ଷ୍ଟଲ ପଲିଶ୍ରୀ ମେଳା ପାଇଁ ଖୋଲା ଯାଇଛି। ଏହି ମେଳାରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ମାଣ୍ଡିଆ, ହଳଦୀ, ମସଲା, ଧୁବକାଠି, ଆଚାର, ଅଦା ଏବଂ ବିଭିନ୍ନ ବନଜାତ ସାମଗ୍ରୀ , ଘରୋଇ ଉପକରଣ ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି। ସେହିଭଳି ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଛି। ପ୍ରଶାସନ ପକ୍ଷରୁ ବନବିଭାଗ, ସମ୍ମାନିତ ଆଦିବାସୀ ସଂସ୍ଥା, କୃଷି ବିଭାଗ, ଶିଶୁ ସୁରକ୍ଷା ଇତ୍ୟାଦି ବିଭାଗର ଷ୍ଟଲ ଗୋଟିକ ମଧ୍ୟ ଆକଷଣରେ ଖୋଲାଯାଇଛି। ଏହି ସବ ଷ୍ଟଲ ଗୋଟିକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ମହାରାଜା ଗୋପିନାଥ ଗଜପତି ଦେବଙ୍କର ମୃତ୍ୟୁ କାରଣରୁ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଗଜପତି ଉତ୍ସବକୁ ବାତିଲ କରାଯାଇଥିବା ବେଳେ କେବଳ ପଲାଶ୍ରୀ ମେଳା ନିଶାମ୍ବରରେ ଅନୁଷ୍ଠିତ ହେବାପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here