ପାରଳା ମହାରାଜା ଗୋପିନାଥ ଗଜପତିଙ୍କ ଦେହାନ୍ତ ଅବସରରେ ବିରାଟ ପ୍ରସାଦ – ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

0
144

ପାରଳାଖେମୁଣ୍ଡି , ୨୨/୦୧/୨୦୨୦(ପ୍ରଭାତ ପାତ୍ର)-ପାରଳା ମହାରାଜା ଶ୍ରୀଶ୍ରୀ ଗୋପୀନାଥ ଗଜପତି ନାରାୟଣ ଦେବା’ଙ୍କ ଗତ ୧୦ ତାରିଖ ଦିନ ପାହାନ୍ତିଆ ବେଳା’ରେ ଭୁବନେଶ୍ୱର ସ୍ଥିତ ଆପୋଲୋ ଘରୋଇ ହସପିଟାଲ’ରେ ଦେହାନ୍ତ ହୋଇଥିଲା ।ଆଜି ତାଙ୍କର ଦେହାନ୍ତ’ର ୧୪ ଦିନ ପୂର୍ତ୍ତି ଅବସର’ରେ ତାଙ୍କର ଏକମାତ୍ର କନ୍ୟା ତଥା ପାରଳା ରାଜ-ପ୍ରାସାଦ’ର ରାଜ ରାଜେଶ୍ୱରୀ କଲ୍ୟାଣୀ ଗଜପତି ନାରାୟଣ ଦେବ’ଙ୍କ ପକ୍ଷରୁ ରାଜଦାଣ୍ଡ ଓ ରାଜ-ପ୍ରାସାଦ ଠାରେ ଏକ ବିରାଟ ପ୍ରସାଦ-ସେବନ କାର୍ଯ୍ୟକ୍ରମ’ର ଆୟୋଜନ କରା ଯାଇଥିଲା । ଏହି ପ୍ରସାଦ-ସେବନ କାର୍ଯାକ୍ରମ’ରେ ମନ୍ତ୍ରୀ ଅଶୋକ ପଣ୍ଡା , ମନ୍ତ୍ରୀ ଜଗନ୍ନାଥ ସାରକା , ରାଜ୍ୟସଭା ସାଂସଦ ଭାସ୍କର ରାଓ , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ପାରଳା ବିଧାୟକ କେ:-ନାରାୟଣ ରାଓ , ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର , ଜିଲ୍ଲାପାଳ ଅନୁପମ ଶାହା , ଏସପି:-ସାରା ଶର୍ମା , ଡିଏଫଓ:-ବିବେକ କୁମାର ତ୍ୟାଗୀ , ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ’ର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଟାଉନ ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ପ୍ରଭୃତିଙ୍କ ସମେତ ବିଭିନ୍ନ ରାଜନୀତି ଦଳ’ର ବ୍ୟକ୍ତି ବିଶେଷ , ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି ଓ ପାରଳା ସହରର ଓ ଆଖପାଖ ଗ୍ରାମର ଅଞ୍ଚଳବାସୀ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ସ୍ୱର୍ଗତ ମହାରାଜା ଗୋପୀନାଥ ଗଜପତି’ଙ୍କ ଫଟୋ ଚିତ୍ର’ରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ।। ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ’ରେ ପ୍ରାୟ ୧୦ ହଜାର ମହାରାଜା-ପ୍ରେମୀ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।
ଏହି ଅବସର’ରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା , ସାମ୍ବାଦିକ ମାନଙ୍କୁ ଆଧିକ୍ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶା’ର ଇତିହାସ ପୃଷ୍ଠା’ରେ ଏବଂ ଓଡ଼ିଶା’ର ସଂସ୍କୃତି ଚର୍ଚ୍ଚା’ରେ ପାରଳା ରାଜବଂଶ’ର ଅନେକ ଅବଦାନ ରହିଛି , ଯାହାକି ତାହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ହେଉ କି ଭାଷା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ହେଉ କି ତାହା ବିକାଶ କ୍ଷେତ୍ରରେ ହେଉ , ସବୁବେଳେ ଓ ସବୁ କ୍ଷେତ୍ରରେ ଏହି ପାରଳା ରାଜ-ପରିବାର’ର ଗଜପତି ମହାରାଜା’ଙ୍କ ଅବଦାନ ହିଁ ରହି ଆସିଛି । ଏହି ଜାତି , ଏହି ପରିବାର ପାଇଁ କୃତଜ୍ଞ ଓ ଚିର-ନମସ୍ୟ ।
ସ୍ବର୍ଗତ ମହାରାଜା ଗୋପୀନାଥ ଗଜପତି ସାଂସଦ ଥିବାବେଳେ ତାଙ୍କର ଅନେକ ଅବଦାନ ରହିଥିଲା। ବିଶେଷ କରି ସ୍ବର୍ଗତ ମହାରାଜା ଗୋପୀନାଥ ଗଜପତି ଜଣେ ପ୍ରଜା-ବତ୍ସଳ , ମିଷ୍ଠଭାଷୀ , ଶାନ୍ତ ଓ ସରଳ ସ୍ଵଭାବ’ର ବ୍ୟକ୍ତିତ୍ୱ ଥିଲେ । ତାଙ୍କ ରାଜ-ପରିବାର’ର ଯେଉଁ ଅବଦାନ ରହିଛି ଓ ତାଙ୍କର ନିଜର ବ୍ୟକ୍ତିତ୍ୱ ହିଁ ସମଗ୍ର ଓଡ଼ିଶାରେ ତାଙ୍କୁ ଜଣେ ଅଦ୍ଵିତୀୟ ବ୍ୟକ୍ତିତ୍ୱ ବୋଲି ଜାଣିଥିଲେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here