ସୁରତ ଠାରେ ଓଡ଼ିଶା ମହୋତ୍ସବ ଅନୁଷ୍ଠିତ

0
230

ଗଞ୍ଜାମ,୨୨/୦୧/୨୦୨୦,( ଟୁକୁନା ପ୍ରଧାନ) – : ଆଜି ସୁରତ ଠାରେ ଓଡ଼ିଶା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି।ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଂଜାମ ଜିଲ୍ଲା ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ,ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଳା ପରିଷଦ ଅଧକ୍ଷା ଶ୍ରୀମତୀ ସୋନମ୍ ପଲେଇ, ମହୋତ୍ସବ କମିଟି ସଭାପତି ବିଜୟ କୁମାର କହଁର, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଅତିଥି ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସୁରତ ର ବହୁ ପ୍ରବାସୀ ଓଡ଼ିଆ ମାନେ ଉପସ୍ଥିତ ଥିଲେ । ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here