ବିନା ନାମଫଳକରେ ଉନ୍ନୟନ କାମ/ଆଦିବାସୀ ଲୋକଙ୍କୁ ଭୁଆଁ ବୁଲାଉଛି ପ୍ରଶାସନ

0
156

କୁକୁଡାଖଣ୍ଡି,୦୬/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ଦୁର୍ନୀତି କୁକୁଡାଖଣ୍ଡି ବ୍ଲକ ପିଛା ଛାଡିବାର ନା ଧରୁନି Iଖୋଦ କୁକୁଡାଖଣ୍ଡି ମୁଖ୍ୟIଳୟରେ ଦୁର୍ନୀତି ଗନ୍ଧ ବାଜିବା ପରେ ଛକପଞ୍ଚା ଲାଗି ରହିଥିବାବେଳେ ଏହା କୋରୋନା ଭାଇରସର ରୂପ ନେଇ ଆଦିବାସୀ ଅଞ୍ଚଳକୁ ବ୍ୟାପିବା ଆରମ୍ଭ କଲାଣି I ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି ପ୍ରଶାସନ ନାମରେ ସରକାର କାର୍ଯ୍ୟ କରିବା ପାଇଁ ଆଦେଶ ଦେବା ଫଳରେ ବିଭାଗୀୟ ଯନ୍ତ୍ରୀମାନେ ସିଧାସଳଖ ନିଜ ପିସି କାଟିନେଇ ବାକି ଟଙ୍କା ଠିକାଦାରକୁ ଦେଉଛନ୍ତି I ଯାହା ବହୁ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ରୁପରେଖ ବଦଳି ବାର ନା ଧରୁନି I ଅନ୍ୟପକ୍ଷରେ ବାଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧୁଶୀତ କୁମ୍ଭୀଝରି ଗ୍ରାମରେ ଚାଲିଛି ପୋଖରୀ ମରାମତି କାମ ବ୍ଲକର କନିଷ୍ଠ ଯନ୍ତ୍ରୀ କୈଳାଶ ପାତ୍ର ଏହାର ତଦାରଖ ଦାୟିତ୍ୱରେ ଥିବାବେଳେ ବିନା ନାମଫଳକରେ ଦୀର୍ଘଦିନ ହେବ କାମ ଚାଲିଛି I ଏଥିପ୍ରତି କାହାର ଦୃଷ୍ଟି ନାହିଁ କି ନିଘା ନାହିଁ I କେଉଁ ଫଣ୍ଡ ବାବଦରେ କେତେ ଟଙ୍କା ଖର୍ଚ୍ଚହେଉଛି ତାହା ଜନସାଧାରଣଙ୍କ ଠାରୁ ସମ୍ପୂର୍ଣ ଦୂରରେ ରଖି ଉନ୍ନୟନ କାମ ଚଳାଇଥିବା ଅଭିଯୋଗ ହେଉଛି I

LEAVE A REPLY

Please enter your comment!
Please enter your name here