ଆଜିଠୁ ଆରମ୍ଭ ହେଲା OJEE ଅନ୍‌ଲାଇନ୍‌ ଆବେଦନ – ମେ’ ପ୍ରଥମ ସପ୍ତାହରେ ପରୀକ୍ଷା

0
140

ଭୂବନେଶ୍ୱର,୦୬/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ଠାରୁ ଆରମ୍ଭ ହେଲା OJEE ଅନଲାଇନ୍ ଆବେଦନ।ମେ ମାସ ପ୍ରଥମ ସପ୍ତାହ ରେ ହେବ ପରିକ୍ଷା।ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ୱେବସାଇଟ୍‌ ojee.nic.inକୁ ଯାଇ ଆବେଦନ କରିପାରିବେ। ଆଜିଠୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଅନ୍‌ଲାଇନ୍‌ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ।ଛାତ୍ରଛାତ୍ରୀ ଏପ୍ରିଲ ୨୦ ତାରିଖରୁ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ କରିପାରିବେ। ସେହିପରି ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ହେବ ବୋଲି ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।ବି.ଫାର୍ମା, ଏମ୍‌ବିଏ. ଏମ୍‌ସିଏ, ଏମ୍‌. ଟେକ୍‌, ଏମ୍‌.ଆର୍କ, ଏମ୍‌. ପ୍ଲାନ୍‌, ଏମ୍‌. ଫାର୍ମା କୋର୍ସ ପଢ଼ିବା ପାଇଁ ଓଜେଇଇ ଆବେଦନ କରିପାରିବେ। ସେହିପରି ବି. ଟେକ୍‌, ବି.ଫାର୍ମା, ଏମ୍‌ସିଏ କୋର୍ସରେ ବିଭିନ୍ନ ସରକାରୀ ଏବଂ ପ୍ରାଇଭେଟ୍‌ କଲେଜ୍‌ରେ ଲାଟେରାଲ ଏଣ୍ଟ୍ରୀ ପାଇଁ ଓଜେଇଇ ଆବେଦନ କରିପାରିବେ।ବାହାର ରାଜ୍ୟର ଛାତ୍ରଛାତ୍ରୀମାନେ ଓଜେଇଇ ଜରିଆରେ ଓଡ଼ିଶାର ସରକାରୀ କଲେଜ ରେ ନାମ ଲେଖାଇ ପାରିବେ ନାହିଁ। ସେମାନେ କେବଳ ପ୍ରାଇଭେଟ୍‌ କଲେଜ ରେ ନାମ ଲେଖାଇ ପାରିବେ।ଏଥର ଅନଲାଇନରେ ହେବ ଓଜେଇଇ ପରୀକ୍ଷା। ଅଫଲାଇନ୍ ବଦଳରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

LEAVE A REPLY

Please enter your comment!
Please enter your name here