ସିଏଏ ସମ୍ବନ୍ଧରେ ହିଞ୍ଜିଳି ବିଜେପିର ଜନ ଜାଗରଣ କାର୍ଯ୍ୟକ୍ରମ

0
152

ହିଞ୍ଜିଳିକାଟୁ-୦୬/ଫେବୃୟାରୀ/୨୦୨୦(ପ୍ରିୟବ୍ରତ ପଣ୍ଡା) ସ୍ଥାନୀୟ ଶିକିରି ଗ୍ରାମରେ ଭାରତୀୟ ଜନତା ପାର୍ଟି ତରଫରୁ ନାଗରିକତା ସଂଶୋଧନ ଅଧିନିୟମ-୨୦୧୯ ସମର୍ଥନରେ ଜନ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୬୮ନଂ ଜିଲ୍ଲା ପରିଷଦ ଜୋନ ସଭାପତି ରଶ୍ମିତା ବେହେରାଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ଯାଇ ସିଏଏ ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ବୁଝାଇବା ସହ ଏହି ବିଲକୁ ସମର୍ଥନ କରିବା ଏବଂ ଏନେଇ ବିରୋଧୀ ମାନଙ୍କ ଦ୍ୱାରା କରାଯାଉଥିବା କୁପ୍ରଚାରରୁ ଦୁରେଇ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ଜନ ଜାଗରଣ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର, ପୂର୍ବତନ ନଗର ମଣ୍ଡଳ ସଭାପତି ମାଧବ ଗୌଡ଼, ପୂର୍ବତନ ଉପ-ସଭାପତି ଆକାଶ ପଟ୍ଟନାୟକ, ହିଞ୍ଜିଳିକାଟୁ ନଗର ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁମାରୀ ବରଡ଼, ସୁକାନ୍ତି ମହାଙ୍କୁଡ଼, ପ୍ରଭାସିନୀ ସାହୁ, ସୁନିତା ବେହେରା, ସୀମାଞ୍ଚଳ ଖୁଣ୍ଟିଆ, ରୀନା ଗୌଡ଼, ମୋହିନୀ ପ୍ରଧାନ, ପଙ୍କଜିନି ସାମଲ ଏବଂ ପାର୍ଥ ସାରଥୀ ରାଉତ ପ୍ରମୂଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here