ସ୍ୱଚ୍ଛ ପିତଳ କୁ ଅସ୍ୱଚ୍ଛ ପିତଳ ରେ ପରିଣତ।

0
432

ଶେରଗଡ,୧୭/୦୨/୨୦୨୦ :ପିତଳର ରାସ୍ତା ପ୍ରଶସ୍ତିକରଣ ଆଳରେ ସ୍ୱଛପିତଳ କୁ ଅସ୍ୱଚ୍ଛ ପିତଳ ରେ ପରିଣତ କରାଯାଇଛି,ରୋଡର ଦୁଇକଡରେ ଡ୍ରେନ ଖୋଳିବାକଥା,କିନ୍ତୁ ରୋଡ ଠାରୁ ବହୁଦୂର ରେ ତଥା ଜନସାଧାରଣ ଙ୍କ ବାସଗୃହକୁ ଲଗାଇ ଡ୍ରେନ ଖୋଳାଯାଇଛି,ଏବଂ ଡ୍ରେନପାଣି ନଷ୍କାସନ କରାଯାଇନି କିମ୍ବା ସଫାକରାଯାଉନି।ଫଳରେ ମଶାବଂଶ ବୃର୍ଦ୍ଧି ସାଂଗକୁ ନାଳପାଣି ଦୁର୍ଗନ୍ଧରେ ଲୋକେ ଘରେ ରହିପାରୁନାହାନ୍ତି।ମେଲେରିଆ ଓ ଡେଙ୍ଗୁ ରେ ଲୋକେ ଆକ୍ରାନ୍ତ ହେବ ଦେଖାଦେଲାଣି।ସରକାର ତଥା ଗଞାମ ଜିଲାପାଳ ଙ୍କ ସ୍ୱଛ ଭାରତ ଏଠାରେ ବିଫଳ ହୋଇଛି।ଖୋଦ୍ ଗଞାମ ଜିଲାପାଳ ପିତଳ ପରିଦର୍ଶନ ରେ ଆସି ଘଟଣାର ଅନୁଧ୍ଯାନ କରିବାକୁ ଜନଦାବି ହେଉଛି। ରିପୋର୍ଟ -ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here