ବିଜେଡି ନେତ୍ରୀ ମିନକ୍ଷୀ ମିଶ୍ର ଙ୍କ ମୃତ୍ୟୁ

0
190

ବ୍ରହ୍ମପୁର, ୨୦/୦୨/୨୦୨୦(ବ୍ୟୁରୋ ରିପୋର୍ଟ) ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଙ୍କ ଆଜି ମୃତ୍ୟୁ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ମୀନାକ୍ଷୀ ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଉଲ୍ଲେଖନୀୟ ଯେ, ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ତାଙ୍କ ପୁଅ ରାଜା ଓରଫ କୃତିବାସ ମିଶ୍ର ଙ୍କୁ ପୋଲିସ ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଭେଟି ନ ପାରି ଅତିରିକ୍ତ ଏସ୍‌ପି ଙ୍କୁ ଭେଟିଥିଲେ। ନ୍ୟାୟ ନ ପାଇ ଏସ୍‌ପି କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନ ଢାଳି ସେ ଆତ୍ମାହୁତି ଉଦ୍ୟମ କରିଥିଲେ।
ଗତ ମାସ ୨୮ ତାରିଖରେ ମୀନାକ୍ଷୀଙ୍କ ପୁଅ କ୍ରିତିବାସ ମିଶ୍ର (ରାଜା)ଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏନେଇ ମୀନାକ୍ଷୀ ପୋଲିସରେ ଅଭିଯୋଗ କରିଥିଲେ। ଏହି ମାମଲାରେ ସୁନୀଲ ମହାରଣା ନାମକ ଅନ୍ୟ ଜଣେ ଯୁବକ ଓ ତାଙ୍କ କେତେକ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ। ସେମାନଙ୍କର ପାଲଟା ଅଭିଯୋଗରେ କ୍ରିତିବାସ ବି ଗିରଫ ହୋଇଥିଲେ।ପୁଅର ଗିରଫଦାରୀକୁ ବିରୋଧ କରି ମା’ ଆତ୍ମାହୂତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ମିନାକ୍ଷୀ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଗତ ୧୪ ତାରିଖରେ ତାଙ୍କ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା।

LEAVE A REPLY

Please enter your comment!
Please enter your name here