ମହିଳା ଙ୍କ ହତ୍ଯା ଘଟଣା ର ଅଭିଯୁକ୍ତ ଗିରଫ

0
152

ଗଞ୍ଜାମ,୨୦/୦୨/୨୦୨୦(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝରି ଗ୍ରାମରେ ଗତ ଅପ୍ରେଲ ମାସ ଏକ ତାରିଖରେ ସେହି ଗ୍ରାମର ବିଜୟ ଲକ୍ଷ୍ମୀ ନାୟକ ନାମକ ଜଣେ ମହିଳାଙ୍କ ହତ୍ୟା ହୋଇଥିଲା । ମହିଳାଙ୍କ ମୁଣ୍ଡ ଓ ଦେହରେ ଗୁରୁତର ଆଘାତ ଲାଗି ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ୯ ମାସ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ଅଭିଯୁକ୍ତ ଜଣକ ସେହି ଗ୍ରାମର ବିନାୟକ ସାହୁ ବୋଲି ଜଣାପଡିଛି। ସେ ନିଜ ଦୋଷ ସ୍ଵୀକାର କରିବା ସହ ମାରିବାରେ ବ୍ୟବହୃତ କାଠ ଫାଳିଆ ସହ ରକ୍ତ ଭିଜା ରୁମାଲ କୁ ପୋଲିସ ତା ଠାରୁ ଜବତ କରିଛି। ଆଜି ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା କରାଇ ଜେ ଏମଏଫସି ଖଲ୍ଲିକୋଟ କୋର୍ଟ କୁ ଫରୱାର୍ଡ଼ କରାଯିବ ବୋଲି ଏସ୍ ଡି ପି ଓ ସୀମା ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଥିରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here