ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
236

ହିଞିଳିକାଟୁ,୨୦/୦୨/୨୦୨୦(ପ୍ରିୟବ୍ରତ ପଣ୍ଡା)ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ଵନାଥ ମହାରଣା ଓ ସମ୍ମାନିତ ଅତିଥି ନନ୍ଦିକ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଝା ଏବଂ ମୂଖ୍ୟ ବକ୍ତା ଭାବେ ଆଞ୍ଚଳିକ ଗୋଷ୍ଠୀ ସାଧନ ସଂଯୋଜୋକ ଯାଦବ ସାହୁ ଯୋଗ ଦେଇଥିଲେ। ଶ୍ରୀ ମହାରଣା ଦୀପ ପ୍ରଜ୍ଜଳନ କରି କାର୍ଯ୍ୟ କ୍ରମକୁ ଆଗକୁ ବଢାଇ ଥିଲେ। ବିଭିନ୍ନ କ୍ଷେତ୍ରରେ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ପରବତି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଗ୍ରାମର ସାହାଯ୍ୟ ପ୍ରାପ୍ତ ପାଠାଗାରର ଯୁବଗୋଷ୍ଠୀ ମାନେ ସହଯୋଗ କରିଥିଲେ।

ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ୍ କରିଥିଲେ।

LEAVE A REPLY

Please enter your comment!
Please enter your name here