ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକ, ଆସିଲେନି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

0
221

ଭୁବନେଶ୍ୱର, ୨୮/୦୨/୨୦୨୦(ଆକାଶ ମିଶ୍ର ) – ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କ ଅଧ୍ୟକ୍ଷତାରେ ରାଜଧାନୀ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକ ଚାଲିଛି। ଏହି ବୈଠକରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ରାଜ୍ୟ ବଜେଟ ଅଧିବେଶନ ଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହାସହ ଚାରି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ସିଏସ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଲୋକସେବା ଭବନରେ ଉପସ୍ଥିତ ଅଛନ୍ତି ।ପାଖାପାଖି ୫୦ଟି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଚାଲିଛି । ଏତତ୍ ବ୍ୟତୀତ ନକ୍ସଲବାଦ ରୟାଲିଟି ଓ କେନ୍ଦ୍ରୀୟ ଅନୁଦାନ ଉପରେ ଫୋକସ କରାଯିବା ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here